ଓଡିଶା

ଆଜି ସିପିଇଟି ପ୍ରବେଶିକା ପରୀକ୍ଷା

(ଭୁବନେଶ୍ୱର) : ଆଜି ଇଦ୍-ଉଲ୍-ଜୁହା । ଯେଉଁଥି ପାଇଁ ରାଜ୍ୟ ସରକାର ଆଜି ଜୁନ୍‌ ୨୯(ଆଜି)କୁ ଛୁଟି ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କାର୍ଯ୍ୟରତ ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଂ ପ୍ରତିଷ୍ଠାନ ଏବଂ ରାଜସ୍ବ ଓ ମାଜିଷ୍ଟ୍ରିଆଲ କୋର୍ଟ(ଏକ୍‌ଜିକ୍ୟୁଟିଭ୍‌) ବନ୍ଦ ରହିବ। ଏହିକ୍ରମରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଛୁଟି ରହିବାକୁ ଥିଲେ ମଧ୍ୟ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ ପକ୍ଷରୁ ହେଉଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଧାର୍ଯ୍ୟ ସମୟରେ ଅନୁଷ୍ଠିତ ହେବ।

ସୂଚନାନୁଯାୟୀ ,  ୩ଟି ସିଟିଂ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡିକ ଛୁଟି ଥିବା ବେଳେ  ଷ୍ଟେଟ୍‌ ସିଲେକ୍ସନ ବୋର୍ଡ ପକ୍ଷରୁ ହେଉଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଧାର୍ଯ୍ୟ ସମୟରେ ଅନୁଷ୍ଠିତ ହେବ।

Related posts

ଧାନକଟା ମେସିନ ଓଲଟି ୨ ଯୁବକଙ୍କ ମୃତ୍ୟୁ

mahabharatanews

ପ୍ରଚଣ୍ଡ ଖରା: ହନ୍ତସନ୍ତ ହେଲେଣି ପଶ୍ଚିମ ଓଡ଼ିଶାବାସୀ

mahabharatanews

ବାଣ ଦୁର୍ଘଟଣା ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପ୍ରକାଶ

mahabharatanews