ନୂଆଦିଲ୍ଲୀ: ଆଜି ସକାଳର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଅନୁଯାୟୀ, ସମଗ୍ର ଦେଶରେ ୭୪୨୪୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୪୫୬୮୩୦ ଜଣ ସୁସ୍ଥ ହୋଇଥିବା ବେଳେ ୨୦୬୪୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୨୨, ୭୫୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୯୪୪ ରହିଛି। ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୮୨ ଜଣଙ୍କର ମୃତ୍ୟୁ ଘଟିଛି।
ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୪୭) ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶ (୨୧୧୯୭), ଅରୁଣାଚଳ ପ୍ରଦେଶ (୨୭୬), ଆସାମ (୧୨୫୨୨), ବିହାର (୧୨୫୭୦), ଚଣ୍ଡିଗଡ଼ (୪୯୪), ଛତିଶଗଡ଼ (୩୪୧୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୦୫), ଦିଲ୍ଲୀ (୧୦୨୮୩୧), ଗୋଆ (୧୯୦୩), ଗୁଜରାଟ (୩୭୫୫୦), ହରିୟାଣା (୧୭୯୯୯), ହିମାଚଳ ପ୍ରଦେଶ (୧୦୮୩), ଜମ୍ମୁ ଓ କଶ୍ମୀର (୮୯୩୧), ଝାଡ଼ଖଣ୍ଡ (୨୯୯୬) କର୍ଣ୍ଣାଟକ (୨୬୮୧୫), କେରଳ (୫୮୯୪), ଲଦାଖ (୧୦୪୧), ମଧ୍ୟପ୍ରଦେଶ (୧୫୬୨୭), ମହାରାଷ୍ଟ୍ର (୨୧୭୧୨୧), ମଣିପୁର (୧୪୩୦), ମେଘାଳୟ (୮୦), ମିଜୋରାମ (୧୯୭), ନାଗାଲାଣ୍ଡ (୬୨୫), ଓଡ଼ିଶା (୧୦୦୯୭), ପୁଦ୍ଦୁଚେରୀ (୯୩୦), ପଞ୍ଜାବ (୬୭୪୯), ରାଜସ୍ଥାନ (୨୧୪୦୪), ସିକିମ୍ (୧୨୫), ତାମିଲନାଡୁ (୧୧୮୫୯୪), ତେଲେଙ୍ଗାନା (୨୭୬୧୨), ତ୍ରିପୁରା (୧୭୦୪), ଉତ୍ତରାଖଣ୍ଡ (୩୨୩୦), ଉତ୍ତରପ୍ରଦେଶ (୨୯୯୬୮) ଓ ପଶ୍ଚିମବଙ୍ଗ (୨୩୮୩୭) ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।
ସେହିପରି ଆନ୍ଧ୍ରପ୍ରଦେଶରେ ୨୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୧୪ ଜଣ, ବିହାରରେ ୧୦୪ ଜଣ, ଚଣ୍ଡିଗଡ଼ରେ ୭ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୩୧୬୫ ଜଣ, ଗୋଆରେ ୮ ଜଣ, ଗୁଜରାଟରେ ୧୯୭୭ ଜଣ, ହରିୟାଣାରେ ୨୭୯ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୪୩ ଜଣ, ଝାଡ଼ଖଣ୍ଡରେ ୨୨ ଜଣ, କର୍ଣ୍ଣାଟକରେ ୪୧୬ ଜଣ, କେରଳରେ ୨୭ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୨୨ ଜଣ, ମହାରାଷ୍ଟ୍ରରେ ୯୨୫୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୪୨ ଜଣ, ପୁଦ୍ଦୁଚେରୀରେ ୧୪ ଜଣ, ପଞ୍ଜାବରେ ୧୭୫ ଜଣ, ରାଜସ୍ଥାନରେ ୪୭୨ ଜଣ, ତାମିଲନାଡୁରେ ୧୬୩୬ ଜଣ, ତେଲେଙ୍ଗାନାରେ ୩୧୩ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୩ ଜଣ, ଉତ୍ତରପ୍ରଦେଶରେ ୮୨୭ ଜଣ ଏବଂ ପଶ୍ଚମବଙ୍ଗରେ ୮୦୪ ଜଣଙ୍କ ମୃତ୍ୟୁ ହୋଇଛି ।
previous post
next post
