Uncategorized

ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୩୧୮୬୮

ନୂଆଦିଲ୍ଲୀ: ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୧୩୧୮୬୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୪୪୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୮୬୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବାଧିକ ମହାରାଷ୍ଟ୍ରରେ ରହିଛନ୍ତି । ମହାରାଷ୍ଟ୍ରରେ ୧୫୭୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୮୨୯ ଜଣ, ମଧ୍ୟପ୍ରଦେଶରେ ୨୮୧ ଜଣ, ପଶ୍ଚମବଙ୍ଗରେ ୨୬୯, ଦିଲ୍ଲୀରେ ୨୩୧ ଜଣ, ରାଜସ୍ଥାନରେ ୧୬୦ ଜଣ, ଉତ୍ତରପ୍ରଦେଶରେ ୧୫୫ ଜଣ, ତାମିଲନାଡୁରେ ୧୦୩ ଜଣ, ଆନ୍ଧ୍ରପ୍ରଦେଶରେ ୫୬ ଜଣ, ଆସାମରେ ୪ ଜଣ, ବିହାରରେ ୧୧ ଜଣ, ଚଣ୍ଡିଗଡ଼ରେ ୩ ଜଣ, ହରିୟାଣାରେ ୧୬ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୨୧ ଜଣ, ଝାଡ଼ଖଣ୍ଡରେ ୪ ଜଣ, କର୍ଣ୍ଣାଟକରେ ୪୨ ଜଣ, କେରଳରେ ୪ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୩୯ ଜଣ, ତେଲେଙ୍ଗାନାରେ ୪୯ ଜଣ, ଉତ୍ତରାଖଣ୍ଡରେ ୨ ଜଣ ।

Related posts

ବୁହାନରୁ ୭୬ ଭାରତୀୟଙ୍କ ସମେତ ୧୧୨ଙ୍କୁ ନେଇ ଫେରିଲା ବିମାନ

mahabharatanews

ଆସନ୍ତା ୨୨ରେ ମୋଦୀଙ୍କ ନିର୍ବାଚନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

mahabharatanews

ସିସୋଦିଆଙ୍କୁ ମିଳିଥିବା କ୍ଲିନ ଚିଟ୍ ଦିଲ୍ଲୀ କୋର୍ଟରେ ଖାରଜ

mahabharatanews

Leave a Comment