(ବାଲେଶ୍ଵର) : ବାହାନଗା ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କ ଛାତିକୁ ଧରାଇ ଦେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠିକ ହୋଇପାରିନାହିଁ । ୫୧ ଘଣ୍ଟା ମଧ୍ୟରେ ଦୁଇଟି ଟ୍ରାକ୍ ମରାମତି ହୋଇଥିଲେ ହିଁ ଆଜିପର୍ଯ୍ୟନ୍ତ ଓଡ଼ିଶାରେ ଟ୍ରେନ୍ ସେବା ସ୍ବାଭାବିକ ହୋଇପାରିନାହିଁ। ନିୟମିତ ଭାବେ ଚାଲୁଥିବା ଟ୍ରେନ୍ଗୁଡ଼ିକ ବାଧାପ୍ରାପ୍ତ ହୋଇଛି ।
ସୂଚନାନୁଯାୟୀ , ଲଗାତାର ପଞ୍ଚମ ଦିନ ପାଇଁ ମଙ୍ଗଳବାର ୫ଟି ଟ୍ରେନ୍ ବାତିଲ୍ ହୋଇଥିଲା। ସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ ବୁଧବାର ପାଇଁ ଦକ୍ଷିଣ ପୂର୍ବ ରେଳପଥ ଅଧୀନରୁ ଛାଡ଼ିବାକୁ ଥିବା ୯ଟି ଟ୍ରେନ୍ ବାତିଲ୍ ହୋଇଛି। ତେବେ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଦକ୍ଷିଣ-ପୂର୍ବ ରେଳପଥର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟରେ ନିୟୋଜିତ ରହିଛି। ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ପଶ୍ଚିମବଙ୍ଗରୁ ଅଣାଯିବା ସହ କାର୍ଯ୍ୟ ହେଉଛି।