Accidentଓଡିଶା

ଜାତୀୟ ରାଜପଥ-୩୨୬ ରେ ଟ୍ରଲର ଓଲଟି ଦୁର୍ଘଟଣା, ଚାଳକ ମୃତ

ବିଷମ କଟକ ଥାନା ଅନ୍ତର୍ଗତ ବୁଡୁଣି ଛକ ନିକଟସ୍ଥ ଟର୍ଣ୍ଣିଂ ଠାରେ ଜାତୀୟ ରାଜପଥ-୩୨୬ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଶାଖାପାଟଣା ଠାରୁ ରାଉଲକେଲା ଅଭିମୁଖେ ଯାଉଥିବା ଏକ ମାଲ୍ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।ଦୁର୍ଘଟଣାସ୍ଥଳ ବିଷମ କଟକ ଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଅବସ୍ଥିତ। ବିଷମ କଟକ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ, ମୁନିଗୁଡ଼ା ଓ ବିଷମ କଟକ ଅଗ୍ନିଶମ ବାହିନୀ କର୍ମଚାରୀମାନେ ‘ଗୀୟସ କଟ୍’ ସାହାଯ୍ୟରେ ମୃତ ଚାଳକଙ୍କୁ ଗାଡ଼ି ଭିତରୁ ଉଦ୍ଧାର କାର୍ଯ୍ୟ ଜରିରଖିଛନ୍ତି ।  ପୋଲିସ୍ ଏହି ଘଟଣା ନେଇ ଅଧିକ ତଦନ୍ତ ଜାରି ରଖିଛି।

Related posts

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ

mahabharatanews

ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ 

mahabharatanews

ସ୍କୁଲ୍ ଭିତରକୁ ପଶି ଆସିଲା ଭାଲୁ

mahabharatanews