Uncategorized

ବାଜପେୟୀ ଓ ମାଲବିୟ ଜୟନ୍ତୀରେ  ସଂସଦର କେନ୍ଦ୍ରୀୟ ହଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ସାଂସଦମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଓ ପଣ୍ଡିତ ମଦନ ମୋହନ ମାଲବିୟଙ୍କୁ ସେମାନଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଂସଦର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହୋଇଛି ।
ବାଜପାୟୀଙ୍କ ଜନ୍ମଦିନକୁ ମୋଦି ସରକାର ଗୁଡ ଗଭର୍ନାନ୍ସ ଦିବସ ଭାବେ ପାଳିତ କରି ଆସୁଛି । ଏହି ଦିବସରେ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଉପରେ ରଚିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି । ପୁସ୍ତକର ନାମ ରହିଛି ସଂସଦରେ ଅଟଳ ବିହାରୀ ବାଜପାୟୀ: ଏକ ସ୍ମରଣୀୟ ସଂସ୍କରଣ । ୨୦୧୫ରେ ଅଟଳବିହାରି ବାଜପାୟୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ୧୯୯୪ରେ ଉକ୍ରୃଷ୍ଟ ସାଂସଦ ଭାବେ ପଣ୍ଡିତ ଗୋଭିନ୍ଦ ବଲ୍ଲଭ ପନ୍ଥ ସମ୍ମାନରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ ।
ପଣ୍ଡିିତ ମଦନ ମୋହନ ମାଲବିୟ ୧୮୬୧, ଡିସେମ୍ବର ୨୫ ତାରିଖରେ ଆଲାହବାଦରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ମାଲବିୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଓ ୧୯୧୬ରେ ସେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ । ୨୦୧୪ରେ ସେ ମରଣୋତ୍ତର ଭାବେ ଦେଶର ସର୍ବୋତ୍ତମ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ ।

Related posts

ଲକଡାଉନ ନିୟମ ଉଲ୍ଲଂଘନ ସଂକ୍ରାନ୍ତୀୟ ମାମଲା ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ମସ୍କାରା ଶୁଖିଯାଇଛି କି? ଫୋପାଡିବା ବଦଳରେ ଏହି ଉପାୟରେ କରନ୍ତୁ ନୂଆ

mahabharatanews

୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୦୯ ମୃତ

mahabharatanews