Uncategorized

ବାଜପେୟୀ ଓ ମାଲବିୟ ଜୟନ୍ତୀରେ  ସଂସଦର କେନ୍ଦ୍ରୀୟ ହଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ସାଂସଦମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଓ ପଣ୍ଡିତ ମଦନ ମୋହନ ମାଲବିୟଙ୍କୁ ସେମାନଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସଂସଦର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହୋଇଛି ।
ବାଜପାୟୀଙ୍କ ଜନ୍ମଦିନକୁ ମୋଦି ସରକାର ଗୁଡ ଗଭର୍ନାନ୍ସ ଦିବସ ଭାବେ ପାଳିତ କରି ଆସୁଛି । ଏହି ଦିବସରେ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଉପରେ ରଚିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି । ପୁସ୍ତକର ନାମ ରହିଛି ସଂସଦରେ ଅଟଳ ବିହାରୀ ବାଜପାୟୀ: ଏକ ସ୍ମରଣୀୟ ସଂସ୍କରଣ । ୨୦୧୫ରେ ଅଟଳବିହାରି ବାଜପାୟୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ୧୯୯୪ରେ ଉକ୍ରୃଷ୍ଟ ସାଂସଦ ଭାବେ ପଣ୍ଡିତ ଗୋଭିନ୍ଦ ବଲ୍ଲଭ ପନ୍ଥ ସମ୍ମାନରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ ।
ପଣ୍ଡିିତ ମଦନ ମୋହନ ମାଲବିୟ ୧୮୬୧, ଡିସେମ୍ବର ୨୫ ତାରିଖରେ ଆଲାହବାଦରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ମାଲବିୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଓ ୧୯୧୬ରେ ସେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ । ୨୦୧୪ରେ ସେ ମରଣୋତ୍ତର ଭାବେ ଦେଶର ସର୍ବୋତ୍ତମ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ ।

Related posts

ଆନ୍ଧ୍ରରେ ଦୁର୍ଘଟଣା, ୬ ଓଡ଼ିଆ ମୃତ

mahabharatanews

ମାର୍ଚ୍ଚ ୨୮ରୁ ଗଡିବ ରାମାୟଣ ଏକ୍ସପ୍ରେସ

mahabharatanews

ସୁଖାଇ-୩୦ର ତଞ୍ଜାବୁରରେ ସାମିଲ ଏକ ସଫଳତା: ଏୟାର ମାର୍ସାଲ

mahabharatanews

Leave a Comment