(ଦିଲ୍ଲୀ) : ବଙ୍ଗଳା ଖାଲି କଲେ ତୃଣମୂଳ କଂଗ୍ରେସ (ଟିମଏ୍ସି) ନେତ୍ରୀ ମହୁଆ ମୌତ୍ର । ତାଙ୍କୁ ନୋଟିସ୍ ମିଳିବା ପରେ ସେ ତାଙ୍କ ଦିଲ୍ଲୀସ୍ଥିତ ଘର କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଲୋକସଭା ସାଂସଦ ଭାବେ ବହିଷ୍କୃତ ହୋଇଥିବା ମୌତ୍ରଙ୍କୁ ମଙ୍ଗଳବାର ଇଷ୍ଟେଟ୍ ନିର୍ଦ୍ଦେଶାଳୟ ପକ୍ଷରୁ ଘର ଖାଲି କରିବାକୁ ଏକ ନୋଟିସ୍ ମିଳିଥିଲା।
ସୂଚନାନୁଯାୟୀ , ସରକାରୀ ବଙ୍ଗଳାରୁ ଟିଏମସି ନେତ୍ରୀଙ୍କୁ ବାହାର କରିବା ପାଇଁ ନିର୍ଦ୍ଦେଶାଳୟ ଏକ ଟିମ୍ ପଠାଯାଇଥିବା ଏକ ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ମୌତ୍ର ଏ ପ୍ରସଂଗରେ ଦିଲ୍ଲୀ ହାଇକୋର୍ଟ ଦ୍ବାରସ୍ଥ ହୋଇ ବି ବିଫଳ ହୋଇଥିଲେ। କୋର୍ଟ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ କହିଥିଲେ। ପ୍ରଥମେ ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚାରିବାରୁ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା।
