ଓଡିଶା

ରାସ୍ତା ମଝିରେ ଜଳିଗଲା ଟ୍ରକ୍

(ବାଲିଚନ୍ଦ୍ରପୁର):ଚଣ୍ଡୀଖୋଲ-ପାରାଦ୍ବୀପ ଏକ୍ସପ୍ରେସ ହାଇୱେରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦର୍ଗଟଣା ଘଟିଛି । ଏଠାରେ ରାସ୍ତା ମଝିରେ ଲୁହାପଥର ବୋଝେଇ ଟ୍ରକ୍ ଜଳି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଟ୍ରକ୍ଟି ଏକ ହୋଟେଲ ଆଗରେ ଠିଆ ହୋଇଥିଲା । ଏହି ସମୟରେ ଗାଡିରୁ ଅକସ୍ମାତ ଧୂଆଁ ବାହାରିଥିଲା । ଚାହୁଁଚାହୁଁ ଟ୍ରକଟି ହୁତୁହୁତୁ ହୋଇ ଜଳିବା ଆରମ୍ଭ ହୋଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଆସି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ତେବେ ଟ୍ରକରେ କିପରି ନିଆଁ ଲାଗିଲା ତାହାର କାରଣ ଏଯାଏ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଟ୍ରକଟି ଲୁହାପଥର ନେଇ ପାରାଦ୍ବୀପ ଯାଉଥିବା ସୂଚନା ମିଳିଛି ।

Related posts

୯ରେ ହେବ ବନକଲାଗି ନୀତି 

mahabharatanews

ଅଭିଯୁକ୍ତମାନଙ୍କୁ ଗୁଳି କରି ମାରି ଦିଆଯାଉ: ଉନ୍ନାଓ ପୀଡିତାଙ୍କ ପରିବାର

mahabharatanews

ବର୍ଷାରେ ଘର ଭାଙ୍ଗିଥିବା ପରିବାରଙ୍କୁ ମିଳିଲା ପଲିଥିନ

mahabharatanews

Leave a Comment