Uncategorized

ବଙ୍କରରେ ଲୁଚିଲେ ଟ୍ରମ୍ପ

ୱାସିଂଟନ୍: ସବୁଠାରୁ ଶକ୍ତିଶାଳୀ ବୋଲାଉଥିବା ଆମେରିକା ରାଷ୍ଟ୍ରପତି ଜୀବନ ବିକଳରେ ଲୁଚିଲେ ବଙ୍କରରେ । ହ୍ବାଇଟ୍‌ ହାଉସ୍ ବାହାରେ ଶୁକ୍ରବାର ରାତିରେ ଶହ ଶହ ପ୍ରତିବାଦକାରୀ ସମ୍ମିଳିତ ହୋଇ ଟେକାପଥର ଫିଙ୍ଗିବା ପରେ ଅସହାୟ ହୋଇଯାଇଥିଲେ ଟ୍ରମ୍ପ । ପ୍ରତିବାଦ ଏତେ ଉଗ୍ର ଥିଲା କି ଗୁଇନ୍ଦା ଏଜେଣ୍ଟମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏକ ବଙ୍କର୍‌ ଭିତରକୁ ନେବାକୁ ବାଧ୍ୟହୋଇଥିଲେ। ବଙ୍କର୍‌ ମଧ୍ୟରେ ଟ୍ରମ୍ପ୍ ପ୍ରାୟ ଘଣ୍ଟାଏ ଅତିବାହିତ କରିଥିଲେ ଟ୍ରମ୍ପ । ହ୍ବାଇଟ୍‌ହାଉସ୍‌ର ଜଣେ ନିକଟତମ ରିପବ୍ଲିକାନ୍ ନିଜ ନାମ ଗୋପନ ରଖି ଏହା କହିଛନ୍ତି। ଆତଙ୍କବାଦ ଆକ୍ରମଣ ଭଳି ଜରୁରୀ ପରିସ୍ଥିତି ନିମନ୍ତେ ଏହି ବଙ୍କର୍‌ ନିର୍ମାଣ କରାଯାଇଛି।
ସୂଚନା ଅନୁଯାୟୀ, ଗତ ସୋମବାର ପୁଲିସ ନିର୍ୟାତନାରେ ଜର୍ଜ ଫ୍ଏଡ୍ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ଆମେରିକାର ବିଭିନ୍ନ ପ୍ରାନ୍ତରେ ବିରୋଧ କରାଯାଇଥିଲା । ଏହାକୁ ନେଇ ଶୁକ୍ରବାର ଦିନ ପ୍ରତିବାଦକାରୀ ହ୍ୱାଇଟ ହାଉସ ନିକଟରେ ନାରାବାଜି, ଭଙ୍ଗାରୁଜା କରିବ।। ସହ ପୋଲିସ ବାରିକେଟ ଭାଙ୍ଗି ହ୍ୱାଇଟ ହାଉସ ଭିତରକୁ ପସିବାକୁ ଚେଷ୍ଟା କରିଥିଲେ । ବିପୁଳ ଜନତା ଓ ସେମାନଙ୍କ ଆକ୍ରୋଶକୁ ଦେଖି ରାଷ୍ଟ୍ରପତିଙ୍କୁ ବଙ୍କର ମଧ୍ୟରେ ଲୁଚିବାକୁ ପଡିଥିଲା ।

Related posts

ଅବଦୁଲ୍ଲା ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଧ

mahabharatanews

ରାମ ଜନ୍ମଭୂମୀ ନ୍ୟାସ ଅଧ୍ୟକ୍ଷଙ୍କ ସୁରକ୍ଷା ବୃଦ୍ଧି

mahabharatanews

ନିହତ ବିକାଶ ଦୁବେ ସହ ପୁଲିସର ସମ୍ପର୍କକୁ ନେଇ ତଦନ୍ତ ଆରମ୍ଭ କଲା ଏସଆଇଟି

mahabharatanews