ଓଡିଶାଦୁର୍ଘଟଣା

ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ, ଦୁର୍ଘଟଣାରେ ଗଲା ଦୁଇ ଭାଇଙ୍କ ଜୀବନ

ରାୟଗଡ଼ା ଜିଲ୍ଲା ଗୁଣୁପୁର ଲିମାମଡା ମୁଖ୍ୟ ରାସ୍ତା ନିକଟରେ ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ। ବାଇକ୍ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଭାଇ ମୁନା କିମ୍ବାକା, କ୍ରିଷ୍ଣା କିମ୍ବାକା। ମୃତକଙ୍କ ଘର ଗୁଡାରି ବ୍ଲକ ନିଲାଗୁଡା ଗ୍ରାମ ବୋଲି ଜଣାପଡିଛି। ଗୁଣପୁରକୁ କୌଣସି କାମରେ ଆସି ଫେରୁଥିବା ବେଳେ ଲିମାମେଡ଼ା ଠାରେ ବିଦ୍ୟୁତ୍ ଖୁଣ୍ଟରେ ଧକା ହୋଇଥିଲା। ଉଭୟ ଗୁରୁତର ଥିବା ଗୁଣପୁର ମେଡିକାଲକୁ ଆଣିଥିଲା ଗୁଣପୁର ପୋଲିସ। ସେଠାରେ ଦୁଇ ଭାଇଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଘଟଣାର ତଦନ୍ତ କରୁଛି ଗୁଣପୁର ପୋଲିସ।

Related posts

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews

ଭଙ୍ଗା ଦଦରା କୁଡ଼ିଆ ମୋତିଙ୍କ ଏକମାତ୍ର ସାହାରା

mahabharatanews

ମିଲେଟ ମ୍ୟାଜିକ ଫାଉଣ୍ଡେସନର ୱାଓ ମମ୍ ଉତ୍ପାଦ ଆସୁଛି ବଜାରକୁ

mahabharatanews