ରାୟଗଡ଼ା ଜିଲ୍ଲା ଗୁଣୁପୁର ଲିମାମଡା ମୁଖ୍ୟ ରାସ୍ତା ନିକଟରେ ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ। ବାଇକ୍ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଭାଇ ମୁନା କିମ୍ବାକା, କ୍ରିଷ୍ଣା କିମ୍ବାକା। ମୃତକଙ୍କ ଘର ଗୁଡାରି ବ୍ଲକ ନିଲାଗୁଡା ଗ୍ରାମ ବୋଲି ଜଣାପଡିଛି। ଗୁଣପୁରକୁ କୌଣସି କାମରେ ଆସି ଫେରୁଥିବା ବେଳେ ଲିମାମେଡ଼ା ଠାରେ ବିଦ୍ୟୁତ୍ ଖୁଣ୍ଟରେ ଧକା ହୋଇଥିଲା। ଉଭୟ ଗୁରୁତର ଥିବା ଗୁଣପୁର ମେଡିକାଲକୁ ଆଣିଥିଲା ଗୁଣପୁର ପୋଲିସ। ସେଠାରେ ଦୁଇ ଭାଇଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଘଟଣାର ତଦନ୍ତ କରୁଛି ଗୁଣପୁର ପୋଲିସ।
previous post
next post
