ଓଡିଶା

ବୁଢାବଳଙ୍ଗରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ରେମୁଣା ଥାନା ପୁତୁକା ଶାସନ ଗାଁ ନିକଟରେ ଘଟିଛି ଏହି ଅଘଟଣ । ବୁଢାବଳଙ୍ଗ ନଦୀରେ ଭାସି ଯାଇ ଦୁଇ ଭାଇଙ୍କର ମୃତ୍ୟୁ ।  ମୃତକ ଦୁଇଜଣ ହେଲେ ବିକାଶ ପଣ୍ଡା ଓ ତୁଷାର ପଣ୍ଡା । ବିକାଶ ଓ ତୁଷାର ଉଭୟେ ଆଜି ମଧ୍ୟାହ୍ନରେ ଗାଁ ନିକଟ ବୁଢାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ । ପୁତୁକା ଶାସନ ନିକଟରେ ପଥର ପେଚିଂ କରାଯାଇଥିବା ଗଣ୍ଡରେ ପଡ଼ିଯିବାରୁ ବିକାଶ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ତୁଷାର ଉଦ୍ୟମ କରୁଥିବାବେଳେ ସେ ମଧ୍ୟ ବୁଡ଼ି ଯାଇଥିଲେ । ସୂଚନାପାଇ ଗାଁ ଲୋକେ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ପରୀକ୍ଷାକରି ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତୁଷାର ମାମୁଘର ପୁତୁକା ଶାସନରେ ରହି ପାଠ ପଢୁଥିଲେ ।

 

Related posts

ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

mahabharatanews

ରାଜ୍ୟରେ ସପ୍ତାହବ୍ୟାପି ପ୍ରବଳ ବର୍ଷା ସମ୍ଭାବନା , ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ଥାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ମୃତ୍ୟୁ

mahabharatanews