ଭାରତ

 ଦୁଇଟି ହେଲିକପ୍ଟର ଧକ୍କା;  ୧୦ ମୃତ

(ମାଲେସିଆ) : ମାଲେସିଆ ନୌସେନାର ଦୁଇଟି ହେଲିକପ୍ଟର ମଝି ଆକାଶରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳ ୯ଟା ୩୨ ମିନିଟ୍‌ରେ ଲୁମୁଟ୍ ନୌସେନା ଘାଟିରେ ପରେଡ୍ ପାଇଁ ଅଭ୍ୟାସ ବେଳେ ଏହି ଘଟଣା ଘଟିଛି। ବେସ୍ ହସ୍ପିଟାଲକୁ ପଠାଯାଇଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି।

 ସୂଚନା ଅନୁଯାୟୀ, ରୟାଲ ମାଲେସିଆ ନୌସେନା ହେଲିକପ୍ଟରଗୁଡ଼ିକ ଉଡ଼ାଇ ପରେଡ୍ ପାଇଁ ଅଭ୍ୟାସ କରୁଥିବା ବେଳେ ମଝି ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ଲୁମୁଟ୍ ନୌସେନା ଘାଟିରେ ଧକ୍କା ହେବାର ଦୃଶ୍ୟ ଦେଖିବାକୁ ମିଳିଛି। ନୌସେନା ଏକ ବିବୃତି ଜାରି କରି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୦ ଜଣ କ୍ରୁ ମେମ୍ବରଙ୍କ ମୃତ୍ୟୁ ହୋଇଛି।

Related posts

ଋଷ- ୟୁକ୍ରେନ୍‌ ଯୁଦ୍ଧ : ୧,୧୧୫ ସାଧାରଣ ନାଗରିକ ଆହତ

mahabharatanews

ରାଜନୀତି ଛାଡିଲେ ଗୌତମ ଗମ୍ଭୀର

mahabharatanews

କେଦାରନାଥରେ ଭୂସ୍ଖଳନ; ୧୩ ଯାତ୍ରୀ ନିଖୋଜ 

mahabharatanews