ଅପରାଧଓଡିଶା

୫୦ହଜାର ମାଗି ବନ୍ଧା ହେଲେ ୨ ସାମ୍ବାଦିକ

(ଉମରକୋଟ): ପୋଲିସ ହାତରେ ପୁଣି ୨ ୱେବ ସାମ୍ବାଦିକ । ବଟି ଆଦାୟ ଅଭିଯୋଗରେ ବନ୍ଧା ହେଲେ ୨ ୱେବ ଚ୍ୟାନେଲ ସାମ୍ବାଦିକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ । ସୂଚନା ଅନୁଯାୟୀ ଜଣେ ୧୦ ବର୍ଷର ନାବାଳକ ବିନା ଅନୁମତିରେ ଉମରକୋଟ ବ୍ଲକ ନାୟକଗୁଡ଼ା ସ୍ଥିତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ କରିଥିଲେ । କିନ୍ତୁ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ନାବାଳକକୁ ବାରଣ କରିବାରୁ ଉଭୟ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ବଚସା ହୋଇଥବା ବେଳେ ଅଭିଭାବକ ତିନି ଜଣ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ଡାକିଥିଲେ । ଖବର ପାଇ ୩ଜଣ ୱେବ ସାମ୍ବାଦିକ ନିଗମ ସାହୁ, ଶଙ୍କର ତୁରୁକୁ ଓ ଜିତେନ୍ଦ୍ର ଦାସ ବିଦ୍ୟାଳୟରେ ପହଞ୍ଚି ସଂପୃକ୍ତ ଶିକ୍ଷକଙ୍କଠାରୁ ୫୦ ହଜାର ଟଙ୍କା ମାଗିଥିଲେ । ତେବେ ସଂପୃକ୍ତ ଶିକ୍ଷକ ଜଣକ ୩୫ ହଜାର ଟଙ୍କା ଦେବାରୁ ବାକି ୧୫ ହଜାର ଟଙ୍କା ପାଇଁ ଧମକ ଚମକ ଦେଇଥିଲେ ସାମ୍ବାଦିକ । ଏନେଇ ଗତକାଲି ଶିକ୍ଷକ ଜଣକ ଅଭିଭାବକଙ୍କ ସମେତ ୩ଜଣ ୱେବ ଚ୍ୟାନେଲ ସାମ୍ବାଦିକଙ୍କ ନାମରେ ଏତଲା ଦେଇଥିଲେ । ଫଳରେ ଉମରକୋଟ ପୋଲିସ ଘଟଣାର ତଦନ୍ତ କରି ୱେବ ସାମ୍ବାଦିକ ଶଙ୍କର ପ୍ରସାଦ ତୁରୁକ ଓ ଜିତେନ୍ଦ୍ର ଦାସଙ୍କୁ ଗିରଫ କରିଛନ୍ତି ଓ ସାମ୍ବାଦିକ ନିଗମ ସାହୁ ଫେରାର ଥିବା ବେଳେ ଗିରଫ ହୋଇଥିବା ୨ ସାମ୍ବାଦିକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related posts

ବଜ୍ରପାତରେ ଜଳିଗଲା ଘର

mahabharatanews

କୋଭିଡ-୧୯ରେ ନାମ ପଞ୍ଜିକରଣକୁ ନେଇ ଆଶାକର୍ମୀଙ୍କୁ ମାଡ

mahabharatanews

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ 

mahabharatanews