ଓଡିଶା

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ମାଓ ପ୍ରେମୀ ଯୁଗଳ

ମାଲକାନଗିରି: କୁହାଯାଏ ଯେ ପ୍ରେମ ସବୁ ବଦଲେଇ ଦିଏ । ପ୍ରେମ କେବେ ଭଲ ବାଟକୁ ନେଇଆସେ ତା କେବେ ଭାଗ୍ୟ ବଦେଳେଇ ଦିଏ । କେବେ ବନ୍ଧୁକ ଧରି ଆତଙ୍କ କରୁଥିବା ବ୍ୟକ୍ତି , ଆଉ କେବେ ମଣିଷ ମାରିବା ବ୍ୟକ୍ତି ମଧ୍ୟ ବଦଳି ପରେ । ଏମିତି ଗୋଟେ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରିରେ । ପ୍ରେମ ପାଇଁ ମାଓ ସଂଗଠନ ଛାଡି ଦେଇ ପ୍ରେମିକ ହାତ ଧରିଲେ ପ୍ରେମ ଯୁଗଳ । ଭୟର ଆତଙ୍କ ନୁହେଁ ବରଂ ପ୍ରେମ ଓ ଭଲପାଇବା ଜରିଆରେ ମଣିଷ ହୃଦୟ ଜୟ କରାଯାଇ ପାରେ ବୋଲି ବୁଝିବା ପରେ ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ।

ମାଓ ସଂଗଠନ ଛାଡ଼ିବା ପରେ ବିବାହ କରାଇଲା କଳାହାଣ୍ଡି ପୋଲିସ ଲାଲ ସଲାମ ନାରା ଦେଇ ବଣ ଜଙ୍ଗଲରେ ଘୁରି ବୁଲିବା, ଲାଲ ବାହିନୀର ଲାଲ ଝଣ୍ଡା ଧରି ଦିନେ ସମାଜରେ ଆତଙ୍କ ଖେଳାଇବାରେ ଏମାନେ ଥିିଲେ ମାହିର । ଆଉ ପ୍ରଶାସନର ଥଇଥାନ ପରେ ଦୁଇ ମାଓବାଦୀ ପରସ୍ପରକୁ ବିବାହ କରିବାକୁ ସ୍ଥିର କରିଥିଲେ । ଏହା ଜାଣିବା ପରେ ଏମାନଙ୍କ ବିବାହ କରିବା ନେଇ ଆଗେଇ ଆସିଥିଲା ପୋଲିସ ବାହିନୀ । ମାଓ ସଂଗଠନ ଛାଡିଥିବା ପ୍ରେମୀ ଯୁଗଳଙ୍କ ଭବ୍ୟ ବିବାହ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲା କଳାହାଣ୍ଡି ପୋଲିସ । ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ ପୂର୍ବତନ ହାର୍ଡକୋର ମାଓବାଦୀ ରାମଦାସ ଓ କମଲଦେଇ ।

ତେବେ ପୋଲିସ ପକ୍ଷରୁ ଆୟୋଜନ ହୋଇଥିବା ଏଭଳି ନିଆରା ବାହାଘର ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଲାଲ ସଲାମରୁ ଆରମ୍ଭ ହୋଇ ଲାଲ ସିନ୍ଦୁରରେ ଶେଷ ହୋଇଛି ରାମଦାସ ଓ କମଲଦେଇଙ୍କ ଜୀବନର ଯାତ୍ରା । ଭବାନୀପାଟଣା ପୋଲିସ ରିଜର୍ଭ ପଡିଆ ଶିବ ମନ୍ଦିରରେ ଏହି ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ବିବାହ ଉତ୍ସବରେ ଜିଲ୍ଲା ପୋଲିସର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଏ ଖବର ରେ ଅଂଚଳ ବାସି ବେଶ ପ୍ରଶଂସା କରିଥିଲେ ପୋଲିସ ଅଧିକାରୀଙ୍କୁ ।

Related posts

ଦୀର୍ଘ ଦାବି ପରେ ୪୭ କୁକୁଡା ଚାଷୀଙ୍କୁ ପ୍ରଥମ କାର୍ଯ୍ୟାଦେଶ

mahabharatanews

ସମସ୍ତ ମଣ୍ଡପରେ ଚାଲିଛି ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଦଶହରା ପୂଜା

mahabharatanews

ବିଜେଡିରେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ

mahabharatanews