ଓଡିଶା

 ଭାଗବତ ପ୍ରଧାନ ଓ ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ ସମ୍ମାନ

(ଦିଲ୍ଲୀ) : ପଦ୍ମଶ୍ରୀରେ ସମ୍ମାନିତ ହେଲେ ଦୁଇ ଓଡ଼ିଆ ଭାଗବତ ପ୍ରଧାନ ଓ ବିନୋଦ ମହାରଣା । ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଓଡ଼ିଆଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ସୂଚନାନୁଯାୟୀ , କଳାକ୍ଷେତ୍ରରେ ଯୋଗଦାନ ପାଇଁ ବରଗଡ଼ ଜିଲ୍ଲାର ଲୋକକଳା ଶବ୍ଦନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନଙ୍କୁ ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କୁ ଏହି ସମ୍ମାଦ ପ୍ରଦାନ କରାଯାଇଛି । ପାରମ୍ପରିକ ପଟ୍ଟଚିତ୍ର ଓ ତାଳପତ୍ରରେ ଖୋଦେଇ କରିବାରେ ବେଶ୍ ଜଣାଶୁଣା ବିନୋଦ ମହାରଣା । ପଟ୍ଟଚିତ୍ର କାରୁକାର୍ଯ୍ୟ ଏବଂ ତାଳପତ୍ରରେ ଖୋଦେଇ କରିବା ପାଇଁ ଆଗାମୀ ପିଢି ଲାଗି ଆର୍ଟିଷ୍ଟ ତିଆରି କରୁଛନ୍ତି ବିନୋଦ ମହାରଣା । ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ‘ଶବ୍ଦ ନୃତ୍ୟ’ ପାଇଁ ସାଧନା କ୍ଷେତ୍ରରେ ଭାଗବତଙ୍କୁ ସମ୍ମାନିତ କରାଯାଇଛି । ଏକ ଅନନ୍ୟ ପୌରାଣିକ ନୃତ୍ୟ ହେଉଛି ଶବ୍ଦ ନୃତ୍ୟ ।

Related posts

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି

mahabharatanews

ସାରସକଣା ବ୍ଲକ ସ୍ଥରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦଘାଟନ

mahabharatanews

ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏବେବି ଲାଗି ରହିଛି ଭିଡ

mahabharatanews