Uncategorized

ଦେଶରେ ଦୁଇ ତୃତୀୟାଂଶ ଶ୍ରମିକ ରୋଜଗାର ହାରଇଛନ୍ତି

ନୂଆଦିଲ୍ଲୀ: କରୋନ ପାଇଁ ଜାରି ଲକ୍‌ଡାଉନ୍‌ ମଧ୍ୟରେ ଦୁଇ ତୃତୀୟାଂଶ ଶ୍ରମିକ ରେ।।ଜଗାର ହାରଇଛନ୍ତି । ନିକଟରେ ପ୍ରବାସୀ ଶ୍ରମିକଙ୍କ ରୋଜଗାର ଓ ଜୀବିକା ହରାଇବା ସମ୍ବନ୍ଧରେ କରାଯାଇଥିବା ଏକ ସର୍ଭେରେ ଏହି ରିପୋର୍ଟ ଆସିଛି । ଏହି ସର୍ଭେରେ ଗୁଜରାଟ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ବିହାର, ଓଡ଼ିଶା, ଦିଲ୍ଲୀ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ରାଜସ୍ଥାନ, ପଶ୍ଚିମବଂଗର ୪୦୦୦ ଶ୍ରମିକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସର୍ଭେଟି ଅଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟ ଓ ସିଭିଲ୍‌ ସୋସାଇଟି ଅର୍ଗାନାଇଜେସନ୍‌ ପକ୍ଷରୁ କରାଯାଇଥିଲା ।
ଶ୍ରମିକମାନଙ୍କୁ ଫେବ୍ରୁଆରି ମାସରୁ ଆଜି ପର୍ୟ୍ୟନ୍ତ ସେମାନଙ୍କର ଆୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସର୍ଭେରେ ଯେଉଁ ଶ୍ରମିକମାନଙ୍କର ଚାକିରି ରହିଯାଇଛି, ସେମାନଙ୍କର ଆୟ ହ୍ରାସ ପାଇଛି ବୋଲି ଜଣାପଡିଛି। ସହରାଞ୍ଚଳରେ ରୋଜଗାର ହରାଇବାର ସ୍ଥିତି ସବୁଠାରୁ ଖରାପ ରହିଛି। ଏଠାରେ ପ୍ରତ୍ୟେକ ୧୦ ଜଣଙ୍କ ମଧ୍ୟରୁ ୮ ଜଣ ରୋଜଗାର ହରାଇଥିବା ସର୍ଭେରୁ ଜଣାପଡ଼ିଛି। ଅପରପକ୍ଷେ, ଗ୍ରାମାଞ୍ଚଳରେ ରୋଜଗାରର ସ୍ଥିତି କିଛି ମାତ୍ରାରେ ଠିକ୍‌ ରହିଥିବା କୁହାଯାଇଛି। ଗ୍ରାମାଞ୍ଚଳରେ ୧୦ ଜଣଙ୍କ ମଧ୍ୟରୁ ୬ ଜଣ ପ୍ରଭାବିତ ହୋଇଛନ୍ତି। ସର୍ଭେରେ ଅଣକୃଷି କ୍ଷେତ୍ରରେ ଆୟି ୯୦ ପ୍ରତିଶତ ହ୍ରାସ ପାଇଥିବାର କୁହାଯାଇଛି। ଅଣ କୃଷିକ୍ଷେତ୍ରରେ ଯେଉଁ ଦାଦନ ଶ୍ରମିକ ସପ୍ତାହରେ ହାରାହାରି ୯୪୦ ଟଙ୍କା ଉପାର୍ଜନ କରୁଥିଲେ, ସେମାନଙ୍କର ଆୟଷ ଅଧା ହୋଇଯାଇଛି। ଶ୍ରମିକମାନଙ୍କୁ ଅତି କମ୍‌ରେ ଛଅ ମାସ ପର୍ୟ୍ୟନ୍ତ ମାଗଣା ରାସନ ଯୋଗାଣ, ଗ୍ରାମୀଣ କ୍ଷେତ୍ରରେ ମନରେଗା କାର୍ୟ୍ୟକ୍ଷେତ୍ରକୁ ବୃଦ୍ଧି କରିବା ଆଦି ସର୍ଭେକାରୀଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Related posts

ରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍

mahabharatanews

ପୃଥିବୀର ସୁଉଚ୍ଚ ଶୈବ ମୂର୍ତ୍ତି

mahabharatanews

ଉନ୍ନାଓ ଦୁଷ୍କର୍ମ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୂଲଦୀପ

mahabharatanews