ଭାରତ

ମରିଗଲା ମାନବିକତା ; ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲ୍ଲଗ୍ନ କରି ବୁଲାଇଲେ 

(ମଣିପୁର) : ହଜିଗଲା ମାନବିକତା । ବାରମ୍ବାର ମହିଳା ସବୁଠି ହେଉଛି ଅପମାନ । ଏଇ ସମାଜରେ ପୁରୁଷ ରୁପି ରାକ୍ଷସ ମହିଳାଙ୍କୁ ବଂଚିବାକୁ ଦେବ ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଣିପୁରରେ । ଘଟଣାଟି ହେଉଛି ଦୁଇ ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଯିବା ଓ ତା’ର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କେବଳ ସେତିକି ନୁହେ ଏଇ ନୃଶଂସ ରାକ୍ଷସ ଉଭୟ ମହିଳାଙ୍କୁ ଉଠାଇ ନେଇ ଏକ ପଡ଼ିଆରେ ଗଣଦୁଷ୍କର୍ମ କରିବା ପରେ ସେମାନଙ୍କୁ ଉଲ୍ଲଗ୍ନ କରି ରାସ୍ତା ଉପରେ ଚଳାଇ ଚଳାଇ ନେଉଛନ୍ତି। ଏହି ଭିଡିଓ ଭାଇରଲ ହେବ ପରେ ଭାଇରାଲ ହେବାପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧ‌େର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଭିନ୍ନ ସଂଗଠନ।

ସୂଚନାନୁଯାୟୀ , ଘଟଣାଟି ଘଟିଥିଲା ମେ ୪ ତାରିଖରେ, ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗପୋକପି ଜିଲ୍ଲାରେ। କୁକି ସମ୍ପ୍ରଦାୟର ପ୍ରତିନିଧିତ୍ବ କରୁଥିବା ଆଇଟିଏଲ୍‌ଏଫ୍‌ର ଅଭିଯୋଗ ଅନୁଯାୟୀ ମହିଳା ଦୁଇଜଣ ହଉଛନ୍ତି କୁକି-ଜୋ ସମ୍ପ୍ରଦାୟର। ମୈତେୟୀ ସମ୍ପ୍ରଦାୟର ଦଳେ ଲୋକ ଦୁଇଜଣ କୁକି-ଜୋ ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ଗଣଦୁଷ୍କର୍ମ ପାଇଁ ଧାନବିଲ ଆଡ଼କୁ ନେଉଛନ୍ତି। ମହିଳା ଦୁଇଜଣ କନ୍ଦାକଟା କରିବା ବା ଛାଡ଼ିଦେବା ପାଇଁ ଅନୁରୋଧ କଲାବେଳେ ସେମାନଙ୍କ ପ୍ରତି ଯୌନ ଅସଦାଚରଣ କରାଯାଉଥିବା ଓ ମାଡ଼ ମରାଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।

Related posts

ନୂଆ ଦଳ ଘୋଷଣା କଲେ ସ୍ୱାମୀ ପ୍ରସାଦ 

mahabharatanews

କୋଣାର୍କ ଚକ୍ର ଦେଖି ଅଟକି ଗଲେ ରାଷ୍ଟ୍ରପତି

mahabharatanews

ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

mahabharatanews