Uncategorized

Union Budget 2024 : ମୁଖ୍ୟମନ୍ତ୍ରୀ ଖୁସି, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ. .

କେନ୍ଦ୍ର ବଜେଟକୁ ବିଜେଡି ସମାଲୋଚନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା କରିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟକୁ ନେଇ ଖୁସି ବ୍ୟକ୍ତ କରିଥିବା କଥା ଲେଖିଛନ୍ତି । ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଶେଷ ଗୁରୁତ୍ଵ ଦିଆଯାଇଛି ।

ଏହାସହ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ । ପର୍ଯ୍ୟଟନ କ୍ଷେତ୍ର ସମେତ ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ ଏବଂ ମନ୍ଦିରର ବିକାଶ ଆଦି ଓଡ଼ିଶାର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ, ଓଡ଼ିଶା ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ର ପାଲଟିବ।

ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ବଜେଟକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି । ସେ କହିଛନ୍ତି, ଓଡ଼ିଶାର ପର୍ଯ୍ୟଟନ, କୃଷି, ମହିଳା, ଏମ୍ଏସ୍ଏମ୍ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ବଜେଟ୍ରେ ଗୁରୁତ୍ବ ଦେଇଛନ୍ତି । ଏହା ସ୍ବାଗତଯୋଗ୍ୟ ପଦକ୍ଷେପ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ଆଜିର ବଜେଟରୁ ଓଡ଼ିଶା ଭଳି ରାଜ୍ୟ ସବୁ କ୍ଷେତ୍ରରୁ ବିଶେଷ ଲାଭ ପାଇବ । ଆଗାମୀ ଦିନରେ ପୂର୍ବ ଭାରତ, ବିଶେଷ କରି ଓଡ଼ିଶା ସମୃଦ୍ଧିର କେନ୍ଦ୍ର ବିନ୍ଦୁ ହେବା ସହ ଆମ ଦେଶର ଆଗାମୀ ଆର୍ଥିକ ଅଭିବୃଦ୍ଧିର ପ୍ରମୁଖ ଚାବିକାଠି ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।

Related posts

ସିଏଏ ଉଚ୍ଛେଦ କରିବାକୁ ଗୋଆ ଆର୍କ ବିଶପଙ୍କ ଅପିଲ୍

mahabharatanews

ଦକ୍ଷ ଥାନାଧିକାରୀ ନିଯୁକ୍ତି ପାଇଁ ଜଳେଶ୍ୱର ବିଜେଡି ପକ୍ଷରୁ ଦାବି

mahabharatanews

ଜାମିଆରେ ପୁଣି ଫୁଟିଲା ଗୁଳି, ହଟିଲେ ଡିସିପି

mahabharatanews