ଭାରତ

ନୂଆ ରେକର୍ଡ ସୃଷ୍ଟି କଲା ଉତ୍ତରପ୍ରଦେଶ

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ସାରା ଦେଶରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ୟୁପି ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି । ବୁଧବାର ଆଗ୍ରା ମେଟ୍ରୋର ଉଦ୍‌ଘାଟନ ସହିତ ୟୁପି ଏହି ଏହି ରେକର୍ଡ ହାସଲ କରିଛ । ଉନ୍ମୋଚନ ସହିତ ଆଗ୍ରା ସହର ଦେଶର ଏକବିଂଶ ସହର ଏବଂ ମେଟ୍ରୋ ରେଳ ନେଟୱାର୍କ ସହିତ ସଂଯୁକ୍ତ ଉତ୍ତରପ୍ରଦେଶର ଷଷ୍ଠ ସହର ହୋଇଛି ।

ସୂଚନାନୁଯାୟୀ , ମେଟ୍ରୋ ସେବା ଆଗ୍ରାର ୨୬ ଲକ୍ଷ ବାସିନ୍ଦା ଏବଂ ବାର୍ଷିକ ପ୍ରାୟ ୬୦ ଲକ୍ଷ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଆଗ୍ରା ମେଟ୍ରୋ ଦୁଇଟି କରିଡରରେ ସାମିଲ, ଯାହାର ମୋଟ ଲମ୍ବ ୨୯.୪ କିଲୋମିଟର, ଯାହା ପ୍ରମୁଖ ରେଳ ଷ୍ଟେଶନ, ବସ ଡିପୋ, କଲେଜ, ବଜାର ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରିବ । ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଗ୍ରାଠାରେ ମେଟ୍ରୋ ସେବା ଆରମ୍ଭ ହେବା ସହିତ ଉତ୍ତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଅଟେ ଯେଉଁଥିରେ ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି ।

Related posts

ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବ ନେପାଳ 

mahabharatanews

୩ ବିକ୍ଷୋଭକାରୀଙ୍କୁ ଫାଶୀ ଦେଲା ଇରାନ୍

mahabharatanews

୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews