ମନୋରଞ୍ଜନ

୧୧ରେ ଅନୁଷ୍ଠିତ ହେବ  ‘ଓସ୍କାର ୨୦୨୪’ 

(ମୁମ୍ବାଇ) : ଦୁନିଆର ସବୁଠାରୁ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର ୨୦୨୪’ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଏହି ପୁରସ୍କାର ସମାରୋହକୁ ଦେଖିବା ପାଇଁ ପୁରା ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଥାଏ । ଏପରିକି ଭାରତରେ ମଧ୍ୟ ଲୋକମାନେ ଏହାକୁ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏଥର ଏକାଡେମୀ ପୁରସ୍କାର ୧୦ ମାର୍ଚ୍ଚ ୨୦୨୪ରେ ଅନୁଷ୍ଠିତ ହେବ ।

ସୂଚନାନୁଯାୟୀ , ହାସ୍ୟ ଅଭିନେତା ଜିମି କିମେଲ ଚତୁର୍ଥ ଥର ପାଇଁ ଏହି ସୋ ହୋଷ୍ଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଭାରତରେ ଓସ୍କାରର ଲାଇଭ୍ ଟେଲିକାଷ୍ଟ ଏବଂ ଷ୍ଟ୍ରିମିଂ କେବେ ଏବଂ କେଉଁଠାରେ ଆପଣ ଦେଖିପାରିବେ ଚାଲନ୍ତୁ ଜାଣିବା । ୧୦ ମାର୍ଚ୍ଚରେ କାଲିଫର୍ନିଆର ଡଲବି ଥିଏଟରରେ ଆୟୋଜିତ ହେବାକୁ ଥିବା ‘ଓସ୍କାର ୨୦୨୪’ ଅନୁଷ୍ଠିତ ହେବା ପାଇଁ ଯାଉଛି । ଆମେରିକାରେ, ରେଡ୍ କାର୍ପେଟ୍ ସମାରୋହ ଏବଂ ପୁରସ୍କାର ବିତରଣ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଥିବାବେଳେ ଭାରତରେ ଓସ୍କାର 2024 ର ଲାଇଭ୍ ଷ୍ଟ୍ରିମିଂ ସୋମବାର ସକାଳେ ଅର୍ଥାତ୍ ମାର୍ଚ୍ଚ ୧୧ରେ ଅନୁଷ୍ଠିତ ହେବ ।

Related posts

ବିବାହକୁ ନେଇ ମୁହଁ ଖୋଲିଲେ ଏକତା କପୁର

mahabharatanews

ପୁନମ ମିଥ୍ୟା ମୃତ୍ୟୁ ମାମଲା : PR ଟିମ ମାଗିଲେ କ୍ଷମା

mahabharatanews

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଓଏମଜି ୨’ର ଟ୍ରେଲର

mahabharatanews