Uncategorized

୧୭୬ ଭାରତୀୟଙ୍କୁ ନେଇ ବାହାରିନରୁ ବାହାରିଛି ଏୟାର ଇଣ୍ଡିଆର ବିମାନ

ମନାମା: ବନ୍ଦେ ଭାରତ ମିଶନରେ ଆଜି ୧୭୬ ଭାରତୀୟଙ୍କୁ ନେଇ ବେହରାନରୁ ଏକ ବିମାନ ଚେନ୍ନାଇ ଅଭିମୁଖେ ଉଡାଣ ଭରିଛି । ଏୟାର ଇଣ୍ଡିଆର ଆଇଏକ୍ସ ୧୮୯୦ ସ୍ୱତନ୍ତ୍ର ବିମାନ୧୭୬ ଭାରତୀୟଙ୍କୁ ନେଇ ଆଜି ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ୨ଲକ୍ଷ ୫୦ ହଜାର ୮୭ ଜଣ ଭାରତୀୟଙ୍କୁ ବନ୍ଦେ ଭାରତ ମିଶନରେ ଭାରତକୁ ଫେରାଇ ଅଣାଯାଇଛି । ଏହି ଅଭିଯାନ ମେ ୭ ତାରିଖରୁ ବିଭିନ୍ନ ଦେଶରେ କରୋନା ମହାମାରୀ ପାଇଁ ବିମାନ ସେବା ବନ୍ଦ ହେବା ପରେ ଫସି ଯାଇଥିଲେ । ଆଗରୁ ଏହି ଅଭିଯାନରେ ଦୁଇଟି ପର୍ଯ୍ୟାୟରେ ଯାତ୍ରୀଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଥିବା ବେଳେ ଜୁନ ୧୧ ତାରିଖରୁ ତୃତୀୟ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତୃତୀୟ ପର୍ଯ୍ୟାୟରେ ୫୫୦ଟି ବିମାନ ସହ ୧୯୧ ଫିଡର ଫ୍ଲାଇଟ କାର୍ଯ୍ୟରତ ରହିଛି ।

Related posts

ଭାରତରେ ୧୦ କୋରୋନା ସଂକ୍ରମିତ ସୁସ୍ଥ

mahabharatanews

ଦେଶରେ ୯୧ ଲକ୍ଷ କୋଭିଡ-୧୯ ଟେଷ୍ଟ ହେ।ଇଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews

ନାସା ପକ୍ଷରୁ ମଙ୍ଗଳର ଗୁମ୍ଫା, ଜ୍ୱଳାମୁଖୀ ଫଟୋ ଜାରି

mahabharatanews