ଓଡିଶାଭାରତରାଜନୀତିଵାଣିଜ୍ୟ

ରାଜ୍ୟରେ ୨୫ ହଜାର କୋଟି ନିବେଶ କରିବ ବେଦାନ୍ତ

ସ୍ଥାପନା ହେବ ବୃହତ ଆଲୁମିନା ପାର୍କ

ମୁମ୍ବାଇ: ରାଜ୍ୟରେ ଅଧିକରୁ ଅଧିକ ପଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ମୁମ୍ବାଇରେ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିଥିଲେ। ରାଜ୍ୟରେ ଆର୍ଥିକ ବିକାଶ ଓ ବ୍ୟାପକ ନିଯୁକ୍ତି ଲାଗି ଶିଳ୍ପପତି ଓ ପୁଞ୍ଜିପତିଙ୍କୁ ବୁଝାଇଥିଲେ। ଗତକାଲି ଦୀର୍ଘ ଅଢେଇ ଘଣ୍ଟା ଧରି ଶିଳ୍ପଜଗତ, ବ୍ୟାକିଂ ବାଣିଜ୍ୟିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ପୂର୍ବାହ୍ନରେ ଆଲୋଚନା କରିସାରିବା ପରେ ଅପରାହ୍ନ ଅର୍ଥାତ ସନ୍ଧ୍ୟାରେ ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ସମ୍ବୋଧନ କରିଥିଲେ। ରାଜ୍ୟରେ ପୁଞ୍ଜିନିବେଶ ଲାଗି ନଭେମ୍ବରରେ ହେବାକୁ ଥିବା ମେକ ଇନ ଓଡି଼ଶା କନକ୍ଲେଭକୁ ନିମନ୍ତ୍ରଣ କରିଥିଲେ। ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଲାଗି ୨୦୧୬ ଓ ୨୦୧୮ରେ ଭୁବନେଶ୍ୱରରେ ମେକ ଇନ ଓଡି଼ଶା କନକ୍ଲେଭର ଆୟୋଜନ କରାଯାଇଥିଲା। ତେବେ କରୋନା ମହାମାରୀ କାରଣରୁ ୨୦୨୦ରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇପାରିନଥିଲା। ତେବେ ଚଳିତ ବର୍ଷ ନଭେମ୍ବର ମାସରେ ମେକ ଇନ ଓଡି଼ଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତ ରିସୋର୍ସେସ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ରାଜ୍ୟରେ ୨୫ ହଜାର କୋଟି ନିବେଶ କରାଯିବ କହିଛନ୍ତି। ରାଜ୍ୟରେ ୨୫ ହଜାର କୋଟିର ନୂଆ ନିବେଶ ଲାଗି କାର୍ଯ୍ୟକ୍ରମ ଚାଲିଥିବା ଶ୍ରୀ ଅଗ୍ରୱାଲ କହିଛନ୍ତି। ବେଦାନ୍ତ ପକ୍ଷରୁ ଆଲୁମିନା, ଫେରୋକ୍ରମ ଓ ଖଣି ଭଳି ବ୍ୟବସାୟ କ୍ଷେତ୍ରରେ ସଂପ୍ରସାରଣ ଲକ୍ଷ ରଖାଯାଇଛି। ଝାରସୁଗୁଡାରେ ମଧ୍ୟ ବୃହତ ଆଲୁମିନା ପାର୍କ ନିର୍ମାଣ କରାଯିବ। ପୂର୍ବରୁ ବେଦାନ୍ତ ପକ୍ଷରୁ ରାଜ୍ୟରେ ୮୦ ହଜାର କୋଟି ଟଙ୍କାର ନିବେଶ କରିସାରିଛି। ଏହାଦ୍ୱାରା ରାଜ୍ୟରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ସହିତ ରାଜ୍ୟ ସରକାରଙ୍କୁ ଅଧିକରୁ ଅଧିକ ରାଜସ୍ୱ ସଂଗ୍ରହରେ ସହାୟକ ହୋଇପାରିବ।

Related posts

ହଟସ୍ପଟ ଜିଲ୍ଲ। ରୋଗୀଙ୍କ ଚିକିତ୍ସା ନ କଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ କମିଛି ; ୧୫ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବାଙ୍କିପାଲିରେ ବିଶ୍ବଶାନ୍ତି ଯଜ୍ଞ

mahabharatanews

Leave a Comment