Uncategorized

 ବଜାରକୁ ଆସିବ ଭାରତର କରୋନା ଟିକା କୋଭାକ୍ସିନ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଭାରତ କରୋନା ଭୂତାଣୁ ପ୍ରତିହତ କରିବାକୁ ପ୍ରସ୍ତୁତ କରିଥିବା ଟିକା ବଜାରକୁ ଛାଡିବାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସହ ମିଶି ବାୟୋଟେକ୍ ଇଣ୍ଡିଆ ଲିମିଟେଡ ଏହାକୁ ପ୍ରସ୍ତୁତ କରିଛି । ଏହାର ନାମ ରହିଛି “କୋଭାକ୍ସିନ” । ଆଇସିଏମଆର ଡିଜି ବଳରାମ ଭାର୍ଗବ ଏ ନେଇ ଭାରତ ବାୟୋଟେକ୍କୁ ଚିଠି ଲେଖି ଦ୍ରୁତ ଗତିରେ “କୋଭାକ୍ସିନ’ର କ୍ଲିନିକାଲ ପରୀକ୍ଷଣ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନିକଟରେ ଭାରତ ବାୟୋଟେକକୁ କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣ କରିବାକୁ ଅନୁମତି ମିଳିଥିଲା । ଭାର୍ଗବ ଚିଠିରେ ଲେଖିଥିଲେ ଯେ, ଭାରତ ଦ୍ୱାରା କରୋନା ଟିକା ପ୍ରସ୍ତୁତ କରାଯିବାରେ ଏହା ପ୍ରଥମ ବଡ଼ ପ୍ରୟାସ । ସରକାର ବି ଏହା ଉପରେ ନଜର ରଖିଛନ୍ତି । ଏହାକୁ ପ୍ରାଥମିକତା ଆଧାରରେ ଆଗକୁ ନେବାକୁ ପଡ଼ିବ । ଆଇସିଏମଆର ଏବଂ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି ସାର୍ସ କୋଭିଡ-୨ ଷ୍ଟ୍ରେନରୁ ଭାକ୍ସିନକୁ ଅଲଗା କରି ଏହି ଟିକା ପ୍ରସ୍ତୁତ କରାଯାଇଛି । କ୍ଲିନିକାଲ ଟ୍ରାଏଲ ପାଇଁ ୧୨ଟି ଅନୁଷ୍ଠାନକୁ ଚିଠି କରାଯାଇଛି । ଆଇସିଏମଆର କହିଛି ଯେ, ସମସ୍ତ କ୍ଲିନିକାଲ ଟ୍ରାଏଲ ଶେଷ ହେବା ପରେ ଅଗଷ୍ଟ ୧୫ ସୁଦ୍ଧା ସାର୍ବଜନୀନ ସ୍ୱାସ୍ଥ୍ୟ ଉପଯୋଗ ପାଇଁ ଟିକାର ଶୁଭାରମ୍ଭ କରିବାର ଯୋଜନା କରାଯାଇଛି । ଆଇସିଏମଆରର ଏହି ଲକ୍ଷ୍ୟକୁ ପୂରଣ କରିବା ଲାଗି ଭାରତ ବାୟୋଟେକ୍ ଜୋରଦାର ଉଦ୍ୟମ ଚଳାଇଛି ।

Related posts

ସଂଘ ପରିବାରର ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ଲକ୍ଷ୍ୟରେ ସିଏଏ ଆୟୁଧ: କେରଳ ମୁଖ୍ୟମନ୍ତ୍ରୀ

mahabharatanews

 ମୌସୁମୀ ଅଧିବେଶନ ଆରମ୍ଭ 

mahabharatanews

୪୫ ଜଣଙ୍କ ପୂର୍ବ ଆଫଗାନିସ୍ତାନ ଏୟାର ଷ୍ଟ୍ରାଇକରେ ମୃତ୍ୟୁ

mahabharatanews