ଓଡିଶା

ନକଲି ଡାକ୍ତରର ଠକେଇ କାହାଣୀ

(ଭୁବନେଶ୍ୱର) : ଓଟିଟି ପ୍ଲାଟଫର୍ମରେ ପରିବେଷିତ ହେବ ନକଲି ଡାକ୍ତର ରମେଶ ସ୍ୱାଇଁର ଠକେଇ କାହାଣୀ । ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ଓ ଠକେଇର କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ‘ୱେବ୍‌ ସିରିଜ୍‌’ । ମୁମ୍ବାଇର ଏକ ପ୍ରଡକ୍ସନ ସଂସ୍ଥା ଏହି ସମ୍ପର୍କୀତ ୱେବ୍‌ ସିରିଜ ବନାଇବାକୁ କମିଶନରେଟ ପୁଲିସ୍‌ ସହ ଯୋଗାଯୋଗ କରିଛନ୍ତି ।

ସୂଚନାନୁଯାୟୀ , ଏହାବାଦ୍‌ ସୋନି ଟିଭିର ‘କ୍ରାଇମ୍‌ ପାଟ୍ରୋଲ’ରେ ଡାକ୍ତରର କାହାଣୀ ପରିବେଷଣ ପାଇଁ ଯୋଜନା ଚାଲିଥିବା ସୂଚନା ମିଳିଛି । ମୁମ୍ବାଇରୁ ସଂସ୍ଥାର ଏକ ୨ ଜଣିଆ ଟିମ୍‌ ଆଜି ଡିସିପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ଉଭୟେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଦୀର୍ଘ ୨ ଘଣ୍ଟା ଧରି ଆଲୋଚନା କରିଥିଲେ । ପ୍ରଡକ୍ସନ ହାଉସ୍‌ ପକ୍ଷରୁ ହାଇଦ୍ରାବାଦ୍‌ ପୁଲିସ ସହ ଯୋଗାଯୋଗ ଚାଲିଛି ।

Related posts

ଦିନ ୧୧ଟାରେ ଆଲୋଚନା କରିବେ ଘରୋଇ ବସ୍ ମାଲିକ ସଂଘ 

mahabharatanews

୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀ

mahabharatanews

ବିଭିନ୍ନ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା

mahabharatanews