ଓଡିଶା

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର: ଭିଜିଲାନ୍ସ ହାତରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ । ୧୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦୁଝର ସଦର ବ୍ଳକ୍ କନିଷ୍ଠ ଯନ୍ତ୍ରୀ ପ୍ରମୋଦ ପଣ୍ଡା ଭିଜିଲାନ୍ସ ହାତରେ ଧରାପଡିଯାଇଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ କାର୍ୟ୍ୟାଳୟ ଓ ବାସଭବନ ଓ ଭଦ୍ରକସ୍ଥିତ ପୈତୃକ ଘରେ ଚଢାଉ କରିଛି ।
ସୂଚନା ଅନୁସାରେ ଯୁଧିଷ୍ଠିର ମହାନ୍ତ ନାମକ ଜଣେ ଠିକାଦାର ତାଙ୍କର ଦୁଇଟି କାମର ବିଲ୍ ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ତାଙ୍କର ବିଲ୍ କରାଗଲା ନାହିଁ । ଶେଷରେ ସମ୍ପୃକ୍ତ ଠିକାଦାର କନିଷ୍ଠ ଯନ୍ତ୍ରୀ ପ୍ରମୋଦ ପଣ୍ଡାଙ୍କ ବିଲ୍ କରାଇ ଦେବା ନିମନ୍ତେ ଅନୁରୋଧ କରିଥିଲେ । କନିଷ୍ଠ ଯନ୍ତ୍ରୀ ପୁରୁଣା କାମ ପାଇଁ ୬ ହଜାର ଟଙ୍କା ଓ ନୂଆ କାମ ପାଇଁ ୫ ହଜାର ଟଙ୍କା, ଏହିପରି ୧୧ ହଜାର ଟଙ୍କା ସମ୍ପୃକ୍ତ ଠିକାଦାରଙ୍କୁ ମାଗିଥିଲେ । ଏସମ୍ପର୍କରେ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଏହାପରେ ଭିଜିଲାନ୍ସର ନିର୍ଦ୍ଦେଶକ୍ରମେ ଠିକାଦାର ୧୧ ହଜାର ଟଙ୍କା ଦେବା ସମୟରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ କନିଷ୍ଠ ଯନ୍ତ୍ରୀଙ୍କୁ କାବୁ କରି ନେଇଥିଲେ ।

Related posts

ଘୂର୍ଣ୍ଣିବଳୟ ପ୍ରଭାବରେ ଆହୁରି ୩ ଦିନ ବର୍ଷିବ

mahabharatanews

ପୋଲାଭରମ ସ୍ତିତି ପରଖିଲେ ଜାତୀୟ ଜନଜାତି କମିଶନ

mahabharatanews

ହୋଲି ପାଇଁ ରାଜଧାନୀରେ ଜାରି କଡ଼ା ସୁରକ୍ଷା ବ୍ୟବସ୍ଥା, ୩୨ ପ୍ଲାଟୁନ ଫୋର୍ସ ମୁତୟନ

mahabharatanews