ରାଜନୀତି

ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟର ଫଳ ପ୍ରକାଶ

ନୂଆଦିଲ୍ଲୀ: ଆଠଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ନିର୍ବାଚନ ଶେଷ ହୋଇଛି। ରାଜସ୍ଥାନର ୩ଟି ରାଜ୍ୟସଭା ଆସନ ମଧ୍ୟରୁ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ସେହିପରି ମଧ୍ୟପ୍ରଦେଶରେ ୩ଟି ଆସନ ମଧ୍ୟରୁ ବିଜେପିକୁ ୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ଗୋଟିଏରେ ବାଜି ମାରିଛି । ସେପଟେ ଆନ୍ଧ୍ର ପ୍ରଦେଶର ୪ଟି ଯାକ ଆସନରେ ଶାସକ ଦଳ ୱାଇଆରଏସ କଂଗ୍ରେସ ବିଜୟୀ ହୋଇଛି ।
ଏହା ବ୍ୟତୀତ ଗୁଜରାଟରୁ ୪ଟି, ଝାଡଖଣ୍ଡ ୨ ଏବଂ ମଣିପୁର, ମିଜୋରାମ ଏବଂ ମେଘାଳୟରୁ ୧ଟି ଲେଖାଏ ଆସନ ପାଇଁ ମତଦାନ ଶେଷ ହୋଇଛି ।

Related posts

ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର

mahabharatanews

650 କୋଟିର ଟଙ୍କା, ମଦ, ଡ୍ରଗ୍ସ, ମୂଲ୍ୟବାନ ଧାତୁ ଜବତ କରିଛନ୍ତି ନିର୍ବାଚନ କମିଶନ

mahabharatanews

ଯୁବ କଂଗ୍ରେସର ନୂଆ ସଭାପତିଙ୍କ ଦାୟିତ୍ୱ ଗ୍ରହଣ ପୂର୍ବରୁ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ

mahabharatanews