ଭାରତ

CAA ଲାଗୁ ନକରିବାକୁ ଅନୁରୋଧ କଲେ ବିଜୟ

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସୋମବାର ନାଗରିକତା ସଂଶୋଧନ ଅଧିନିୟମ (CAA) କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପାଇଁ CAA ବିଜେପିର ମନିଫେଷ୍ଟୋର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା । ବର୍ତ୍ତମାନ ଅଭିନେତା ଥାଲପତି ବିଜୟ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସମସ୍ତ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ଏବେ ଏହି ତାଲିକାରେ ସାଉଥର ସୁପରଷ୍ଟାର ଥଲପତି ବିଜୟ ମଧ୍ୟ ସାମିଲ ହୋଇଛନ୍ତି।

ସୂଚନାନୁଯାୟୀ , ସିଏଏକୁ ବିରୋଧ କରିବା ସହ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ନିକଟରେ ଅଭିନୟରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଥଲପତି ବିଜୟ ଏହି ନାଗରିକତା ସଂଶୋଧନ ବିଲ୍‌କୁ ବେକାର୍‌ ତଥା ଫାଲତୁ ବୋଲି କହିଛନ୍ତି। ଏଥିସହ ତାମିଲନାଡୁରେ ଏହି ସିଏଏକୁ ଲାଗୁ ନକରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି। ଯିଏ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି ସେ ଟ୍ୱିଟ୍‌ କରି କହିଛନ୍ତି, ‘ଦେଶରେ ସିଏଏ ଲାଗୁ କରିବା ସ୍ୱୀକାର୍ଯ୍ୟ ନୁହେଁ। ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ ଏବଂ ଦେଶରେ ଏପରି କୌଣସି ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ, କାରଣ ଦେଶରେ ପୂର୍ବରୁ ଭାଇଚାରା ଅଛି।

Related posts

ଆଜି ଆସିବ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା

mahabharatanews

ବୃଦ୍ଧି ପାଇବ ପିଆଜ ଦର 

mahabharatanews

ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପରେ ମିଳିବ ନିଯୁକ୍ତି; ଘୋଷଣା କଲେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା

mahabharatanews