ଭାରତ

ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଦେଲେ ଇସ୍ତଫା

(ହରିୟାଣା) : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଇସ୍ତଫା । ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ମନୋହର ଲାଲ୍ । ଲୋକସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ବିଜେପି ଏବଂ ଜେଜେପି ଭିତରେ ମତାନ୍ତରର ଖବର ଶୁଣିବାକୁ ମିଳୁଛି । ଏହି କାରଣରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଛନ୍ତି ।

ସୂଚନାନୁଯାୟୀ , କ୍ୟାବିନେଟ ଭଙ୍ଗ କରିବା ପରେ ହରିୟାଣାନାରେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଜଣାଯାଇଛି । ହରିୟାଣାର ସ୍ୱାଧୀନ ବିଧାୟକ ନୟନ ପାଲ ରାୱତ କହିଛନ୍ତି, ମନୋହର ଲାଲଙ୍କ ନେତୃତ୍ୱରେ ସରକାରଙ୍କୁ ଆମେ ସମର୍ଥନ କରିସାରିଛୁ । ଏପରିକି ଲୋକ ସଭା ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିବା ସେ କହିଛନ୍ତି । ଏପରିକି ମନୋହର ଲାଲଙ୍କ ଇସ୍ତଫା ପରେ ସେ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି ।

Related posts

ଚାଲିଛି  ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ

mahabharatanews

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି

mahabharatanews

ପରଲୋକରେ ଅଭିନେତା କଜାନ ଖାନ

mahabharatanews