ଓଡିଶା

ସୁସ୍ଥ ହେବା ପରେ ଆଜି ମେଡିକାଲରୁ ଡିସଚାର୍ଜ ହୋଇଛ ବିଜୟିନୀ

ସମ୍ପଲପୁର: ଡିସଚାର୍ଜ ହୋଇଛି ବିଜୟିନୀ । ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ବିଜୟିନୀ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଆଜି ଭିମସାର ମେଡିକାଲରୁ ଡିସଚାର୍ଜ ହୋଇଛି । ବର୍ତ୍ତମାନ ବିଜୟିନୀକୁ ଶିଶୁ ଗୃହକୁ ନିଆଯିବା ନେଇ ସୂଚନା ରହିଥିବା ବେଳେ ସେ ଗତ ମାସେ ହେବ ମେଡିକାଲରେ ଚିକିତ୍ସିତ ହେଉଥିଲା ।
ସୂଚନା ଅନୁସାରେ ଗତ ଡିସେମ୍ବର ମାସ ୧୨ ତାରିଖରେ ଲାରିପାଲି ନିକଟକରେ ଥିବା ଏକ ବୋରୱେଲରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇଥିଲା। ଜନ୍ମ ହେବାର ପ୍ରାୟ କିଛି ଘଣ୍ଟା ପରେ କେହି ତାକୁ ବୋରୱେଲରେ ଫିଙ୍ଗି ଦେଇଥିଲା। ଶିଶୁଟିର କାନ୍ଦ ଶିଶୁ କିଛି ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଦୀର୍ଘ ୬ ଘଣ୍ଟା ପରେ ବିଜୟିନୀକୁ ଉଦ୍ଧାର କରାଯାଇଥିଲା। ପରେ ଶିଶୁକନ୍ୟାଟିକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

 

Related posts

ଚାଉଳ ହେରଫେରକୁ ନେଇ ମିଥ୍ୟା ଅଭିଯୋଗ

mahabharatanews

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

mahabharatanews

ଆଦିବାସୀମେଳାରେ ଅଧିକ ୧୦୦ଟି ଷ୍ଟଲ

mahabharatanews