ଭାରତ

ଏୟାର ଇଣ୍ଡିଆ ବିମାନରେ ଅଧିକାରୀଙ୍କୁ ଶକ୍ତ ଚାପୁଡ଼ା ମାରିଲେ ଯାତ୍ରୀ

(ଦିଲ୍ଲୀ) : ବିମାନରେ ବିମାନ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିଛି । ନିକଟରେ ଏୟାର ଇଣ୍ଡିଆ (ଏଆଇ) ର ଜଣେ ବରିଷ୍ଠ ଅଧିକାରୀଙ୍କୁ ଜଣେ ଯାତ୍ରୀ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସିଡନୀ-ଦିଲ୍ଲୀ ବିମାନରେ ଏହି ଘଟଣା ଘଟିଛି |

ସୂଚନାନୁଯାୟୀ, ସିଟରେ ସମସ୍ୟା ଥିବା ଯୋଗୁଁ ବ୍ୟବସାୟ ଶ୍ରେଣୀରେ ଯାତ୍ରା କରିବାକୁ ଥିବା ଜଣେ ଯାତ୍ରୀଙ୍କୁ ଇକୋନୋମି ଶ୍ରେଣୀରେ ବସିବାକୁ କୁହାଯାଇଥିଲା | ଆଉ ଏହାକୁ ନେଇ ଯାତ୍ରୀ ଜଣକ ଉତକ୍ଷିପ୍ତ ହୋଇ ଏୟାର ଇଣ୍ଡିଆର ଅଧିକାରୀଙ୍କ ସହ ଅଭଦ୍ରାମୀ କରିଥିଲେ | ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ୯ ଜୁଲାଇ, ୨୦୨୩ରେ ସିଡନୀରୁ ଦିଲ୍ଲୀ ଆସୁଥିବା ବିମାନରେ ଏହି ଘଟଣା ଘଟିଥିଲା | ତେବେ ଏଆଇ(ଏୟାର ଇଣ୍ଡିଆ) ଅଧିକାରୀ ତାଙ୍କ ସହ-ଯାତ୍ରୀଙ୍କୁ ଉଚ୍ଚ ସ୍ୱର ପାଇଁ ତାଗିଦ କରିବା ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ପାଖରେ ବସିଥିବା ଯାତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ।

 

Related posts

ମହାଦେବ ଆପ୍ ମାମଲା : ଦୁବାଇରେ ଅଭିଯୁକ୍ତ ଅଟକ

mahabharatanews

 ଭୂକମ୍ପରେ ଥରିଲା ଜୟପୁର 

mahabharatanews

ମହିଳା ଟି-୨୦ ଏସିଆ କପ୍‌: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

mahabharatanews