ଓଡିଶା

କଲେଜରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅଶାନ୍ତି

କଟକ: କଟକ ସ୍ଥିତ ବୋସ୍ ଇଞ୍ଜିନିୟରିଂ ସ୍କୁଲରେ ଛାତ୍ର ଅଶାନ୍ତି । କଲେଜରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଛାତ୍ର ଅଶାନ୍ତି ଦେଖାଦେଇଛି । କଲେଜ ସମ୍ମୁଖ ରାସ୍ତାରେ ଟାୟାର ଜାଳି ଛାତ୍ରଛାତ୍ରୀ କଲେଜ ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିକ୍ଷୋଭ ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
ଶନିବାର ଦିନ ବୋସ୍ ଇଞ୍ଜିନିୟରିଂ ସ୍କୁଲରୁ ୩ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମଣ ପରେ ଛାତ୍ରଛାତ୍ରୀ ଅନଲାଇନ୍‌ରେ ପାଠପଢା, ବିଳମ୍ବରେ ପରୀକ୍ଷା କରିବା ଏବଂ କଲେଜକୁ ବନ୍ଦ କରିବା ଦାବିରେ କଲେଜ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଜିଦରେ ଅଟଳ ରହିଛନ୍ତି ।

 

Related posts

ଜାରି ହେଲା ଅନଲକ-୬ ଗାଇଡଲାଇନ

mahabharatanews

ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘ ପାଳିଲା ୪୦ ବର୍ଷ ପୂର୍ତି ଉତ୍ସବ

mahabharatanews

ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଯିବ ଏୟାରଲିଫ୍ଟ, ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

mahabharatanews