bharatଓଡିଶାଭାରତ

ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ

ରନ୍ଧନ ଗ୍ୟାସ୍ (ଏଲ ପି ଜି)  ର ଉପଲବ୍ଧତା  ଓ ସୁରୁଖୁରୁରେ ବିତରଣ ନିମନ୍ତେ ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର  ସଚିବ  , ଉପଭୋକ୍ତା ବ୍ୟାପାର ବିଭାଗର ସଚିବ ଙ୍କ ଅଧ୍ୟକ୍ଷତାରେ   ସବୁ ରାଜ୍ୟର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ମାନଙ୍କ ମଧ୍ୟରେ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି।  ପୂର୍ତ୍ତ ଵିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଆଭାସୀ ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୟ କୁମାର ସିଂ ଓ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ। ଏହି ବୈଠକରେ ଦେଶରେ ରନ୍ଧନ ଗ୍ୟାସ୍ ର ସଠିକ୍ ବିତରଣ ଓ ସ୍ୱଚ୍ଛତାର ସହ କରିବାକୁ  ଗୁରୁତ୍ୱ ଦିଆଯାଇଛି ।

ଖାସକରି କଳାବଜାରୀ ରୋକିବାକୁ ଓ ଟି ପି  ମାଧ୍ୟମରେ ଵୁକିଂ ଓ ଡେଲିଭରୀ ଉପରେ ଗୁରୁତ୍ବ ଦିଆଯିବାକୁ କଡ଼ାକଡ଼ି  ନିର୍ଦ୍ଦେଶ ରହିଛି । ଆପାତକାଳୀନ ପରିସ୍ଥିତିରେ  କମର୍ସିଆଲ ଗ୍ୟାସ ପୂର୍ବରୁ ଯେତିକି  ବ୍ୟବହାର କରୁଥିଲେ ତାର  ୨୦%   ବର୍ତ୍ତମାନ ପ୍ରଦାନ କରାଯିବ ।  ଅତ୍ୟଧିକ  ବୁକିଂ  ଯୋଗୁ ସର୍ଭର ଗତି ଧୀର ହେଇଯାଇଛି ଏଥିରେ ବାଧା ନ ହେବା  ନିମନ୍ତେ ସର୍ଭର ସ୍ପିଡ୍ ବଢେଇବା   କାର୍ଯ୍ୟ ଚାଲୁଅଛି। ଗ୍ରାମାଞ୍ଚଳ ରେ ଡେଲିଭରୀ ଅବଧି  ୪୫ ଦିନକୁ ବୃଦ୍ଧି କରା ଯାଇଛି।   ଗ୍ୟାସ୍ ବିତରଣ ପ୍ରକିୟା କୁ ନେଇ ସବୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଦୃଢ଼ ପଦକ୍ଷେପ ନିଆଯାଉଛି । ଏଲ ପି  ଜି ଗ୍ୟାସର ଅବୈଧ ଗଚ୍ଛିତ ଓ ସଂଗ୍ରହ ଉପରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଏନଫୋର୍ସମେଣ୍ଟ  ସ୍କ୍ୱାଡ ନିୟୋଜିତ ରହି କଳାବଜାରୀ ମାନଙ୍କ ଉପରେ   ତୀକ୍ଷ୍ଣ ନଜର ରଖିଛନ୍ତି  ।‌ରନ୍ଧନଗ୍ୟାସ୍ କୁ ନେଇ ବିବ୍ରତ ନ ହେବାକୁ ଜନସାଧାରଣଙ୍କୁ ପ୍ରମୁଖ  ଶାସନସଚିବ ନିବେଦନ କରିଛନ୍ତି।

Related posts

ଘାତକ ପରିସ୍ଥିତି :ଦିଲ୍ଲୀରେ AQI ୫୦୦ ପାର

mahabharatanews

କୃଷକ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧୀ

mahabharatanews

ନେସନାଲ ହେରାଲ୍ଡ ଅଫିସକୁ ସିଲ କଲା ଇଡି

mahabharatanews