(ନବରଙ୍ଗପୁର) : ନବରଙ୍ଗପୁରର ଦୁଇଟି ବ୍ଲକରେ ଅଜଣା ଭୂତାଣୁ ଚି଼ହ୍ନଟ ହୋଇଛି । ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକ ରେ ୧୮ ଜଣ ରୋଗୀ ଅଛନ୍ତି ଯାହାର ଜ୍ୱର ସହ rashes ଅଛି । ICMR କୁ ସମସ୍ତଙ୍କ ସାମ୍ପୁଲ ପଠାଯାଇଛି । ସ୍କ୍ରବ ଟାଇଫସ କି ଲେପଟୋସ୍ପାଇରାସିସ ନାହିଁ । ରୁବେଲା ଭାଇରସ ଵି ହୋଇପାରେ । ଏବେ ସ୍ଥିତି ସ୍ୱାଭାବିକ ଅଛି ସ୍ୱାସ୍ଥ୍ୟ ବିଭାଗ ଟିମ ସେଠାକୁ ଯାଇ ସାମ୍ପୁଲ ଆଣିଛି । ସେପଟେ ଆଜି ୫ ନମୁନାର ରିପୋର୍ଟ ଆସିଛି । ୨ ନମୁନାରେ ରୁବେଲା ପଜିଟିଭ ଚିହ୍ନଟ । ଆଉ ଜଣଙ୍କ ଠାରେ ମିଳିମିଳା ଚିହ୍ନଟ । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ , ରାଜ୍ୟରେ ୭୮୬ ଅଂଶୁଘାତ ମାମଲା ସାମ୍ନାକୁ ଆସିଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ, ବାଲେଶ୍ୱର ଓ ମୟୁରଭଞ୍ଜରେ ମୃତ୍ୟୁ ହୋଇଛି । ୧୭ଜଣଙ୍କ ମୃତ୍ୟୁ ନେଇ ତଦନ୍ତ ଚାଲିଛି । ICMR ରୁ ଆସିଲା ରିପୋର୍ଟ।
