ଓଡିଶା

ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା

ଭୁବନେଶ୍ୱର: ଦୀର୍ଘ ଦିନ ପରେ ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା । ଭିତରକନିକାକୁ ପର୍ୟ୍ୟଟକଙ୍କୁ ରାଜନଗର ବନବିଭାଗର ଅନୁମତି ମିଳିଲା । ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ସ୍ଥଳପଥର ପ୍ରବେଶ ପଥ, ଗୁପ୍ତି, ଖୋଳା ଓ ଚାନ୍ଦବାଲିରୁ ବୋଟ୍‌ ଯୋଗେ ଭିତରକନିକା ଯାଇ ହେବ । ଦିନ ଓ ରାତି ପର୍ୟ୍ୟଟକଙ୍କ ପ୍ରବେଶ ଓ ଭ୍ରମଣ ସମୟରେ କିଛି କଟକଣା ରହିବ ବୋଲି ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଭିତରକନିକା ଖୋଲିଥିଲେ ମଧ୍ୟ କୋଭିଡ କଟକଣାକୁ ଲାଗୁ କରାଯିବ । ଦିନକୁ ସର୍ବାଧିକ ୫ ଶହ ପର୍ୟ୍ୟଟକ ଭିତରକନିକାରେ ଭ୍ରମଣ କରିପାରିବେ। ସମସ୍ତ ପ୍ରବେଶ ପଥରେ ଥର୍ମାଲ୍‌ ସ୍କ୍ରିନିଂ କରାଯିବ। ସମସ୍ତ ପ୍ରବେଶ ପଥରେ ସାନିଟାଇଜର୍‌ ରହିବ। ବିନା ମାସ୍କରେ କୌଣସି ପର୍ୟ୍ୟଟକଙ୍କୁ ଭିତରକନିକା ଛଡାଯିବ ନାହିଁ। ବନ କର୍ମଚାରୀମାନେ ମଧ୍ୟ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ । ଭିତରକନିକାର ବିଭିନ୍ନ ସ୍ଥାନରେ ସାନିଟାଇଜର୍‌ ରଖାଯିବ । ଗୁପ୍ତି, ଖୋଳା ଓ ଚାନ୍ଦବାଲିକୁ ଦେଶ ବିଦେଶର ପର୍ୟ୍ୟଟକଙ୍କୁ ଜଳପଥରେ ନେଉଥିବା ବେସରକାରୀ ଓ ସରକାରୀ ବୋଟ୍‌ ଯାତ୍ରୀ କ୍ଷମତାର ୫୦ ପ୍ରତିଶତ ପର୍ୟ୍ୟଟକଙ୍କୁ ନେବେ । ପ୍ରତ୍ୟେକ ଥର ଯିବା ଆସିବା ପରେ ବୋଟ୍‌ ଗୁଡିକୁ ସାନିଟାଇଜ୍‌ କରାଯିବ । ଭିତରକନିକା ଭିତରକୁ ଏକ ସଙ୍ଗରେ ଅଧିକ ପର୍ୟ୍ୟଟକଙ୍କୁ ଛଡାଯିବ ନାହିଁ। ଗ୍ରୁପ କରି ପର୍ୟ୍ୟଟକଙ୍କୁ ଛଡାଯିବ ।

Related posts

ଓଡ଼ିଶା ଆସିବେ ନୂଆ ପ୍ରଭାରୀ ଡ. ଅଜୟ କୁମାର

mahabharatanews

ନିଜ ଅର୍ଥରେ ରାସ୍ତା ମରାମତି କରୁଛନ୍ତି ଜୋମାଟୋ ବୟ

mahabharatanews

‘ଓଡ଼ିଶା ଗବେଷଣା କେନ୍ଦ୍ର’ ଉଦଘାଟିତ

mahabharatanews