ଓଡିଶାଵାଣିଜ୍ୟ

ଭୋଡାଫୋନ୍-ଆଇଡିଆର ନୁତନ ନାମ: ‘ଭିଆଇ’

(ନୂଆଦିଲ୍ଲୀ): ଭୋଡାଫୋନ୍ ଓ ଆଇଡିଆ ଟେଲିକମ କମ୍ପାନୀ ମିଶ୍ରଣର ପ୍ରାୟ ଦୁଇ ବର୍ଷ ପରେ ଏହାର ନୂତନ ନାମ ଘୋଷଣା କରାଯାଇଛି। ଭୋଡାଫୋନ୍ ଏବଂ ଆଇଡିଆକୁ ଏବେ ‘ଭିଆଇ’ ଭାବରେ ନାମିତ କରାଯାଇଛି । ସୁଚନା ଯେ, ଭୋଡାଫୋନ୍ ଏବଂ ଆଇଡିଆ ଅଗଷ୍ଟ ୨୦୧୮ରେ ମିଶ୍ରିଣ ହେଲା ପରେ ମଧ୍ୟ ଉଭୟ କମ୍ପାନୀ ସେମାନଙ୍କ ନିଜ ନାମରେ ଚାଲି ଆସୁଥିଲେ । କିନ୍ତୁ ଏବେ ଦୁଇ ବର୍ଷ ପରେ ସେମାନଙ୍କ ନାମରେ ପରିବର୍ତ୍ତନ ଅଣାଯାଇଛି ।
ତେବେ ଏହି ନୂତନ ନାମ ଘୋଷଣା ବିଷୟରେ ସିଇଓ ରବିନ୍ଦ୍ର ତାକ୍କର କହିଛନ୍ତି, ଦୁଇଟି ବ୍ରାଣ୍ଡର ଏକକୀକରଣ ହେଲା ବିଶ୍ୱର ସର୍ବବୃହତ ଟେଲିକମ୍ ଏକୀକରଣ । ଏହି ଘୋଷଣା ପୂର୍ବରୁ, ଭୋଡାଫୋନ୍ ଆଇଡିଆର ଷ୍ଟକ୍ ଆଜି ସକାଳେ ୧୦ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ପାଇଁ କେବଳ ନୂତନ ନାମ ଘୋଷଣା ହୋଇଛି । କିନ୍ତୁ ଏହାର ପ୍ଲାନରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ପ୍ଲାନରେ ପରିବର୍ତ୍ତନ କରାଯାଇ ପାରେ ବୋଲି ସୁଚନା ରହିଛି।

Related posts

ରହସ୍ୟରେ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟ ଘଟଣା

mahabharatanews

ମାର୍କେଟ ବିଲ୍ଡିଂ ବନ୍ଦ ଘଟଣାରେ ମୁହଁ ଖୋଲିଲେ ବିଏମ୍ସି କମିଶନର  

mahabharatanews

ବିଶ୍ୱ ଅଙ୍ଗଦାନ ଦିବସ

mahabharatanews