ଭାରତରାଜନୀତି

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି

ଜଦଗୀପ ଧନଖଡ ନିର୍ବାଚିତ ହେବା ନେଇ କଳ୍ପନା ଜଳ୍ପନା

ନୂଆଦିଲ୍ଲୀ: ଶନିବାର ଦେଶର ଉପରାଷ୍ଟ୍ରପତି ପଦବୀ ଲାଗି ସଂସଦରେ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏନଡିଏର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟମାନେ ଭୋଟ ଗ୍ରହଣ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବେ। ସଂସଦର ଉଭୟ ଗୃହରେ ମୋଟ ୭୮୮ ଇଲେକ୍ଟରାଲ ସଦସ୍ୟ ରହିଛନ୍ତି। ଲୋକସଭାରେ ମୋଟ ୫୪୩ ଜଣ ନିର୍ବାଚିତ ଓ ୨ ଜଣ ସଦସ୍ୟ ରହିଛନ୍ତି। ରାଜ୍ୟସଭାରେ ୨୩୩ ଜଣ ନିର୍ବାଚିତ ଓ ୧୨ ଜଣ ମନୋନୀତ ସଦସ୍ୟ ରହିଛନ୍ତି। ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ, ଟିଆରଏସ ସିପିଆଇ ସିପିଏମ ଆରଜେଡି, ଡିଏମକେ, ଏଆଇଡିଏମକେ, ଜେଏମଏମ, ଆରଏଲଡି ପ୍ରମୁଖ ଦଳ ସମର୍ଥନ କରୁଛନ୍ତି।

Related posts

 ଆପାର୍ଟମେଣ୍ଟ୍‌ରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଏବଂ ୬୧ ଆହତ

mahabharatanews

 ପ୍ରାଣ ପ୍ରତିଷ୍ଠା ପାଇଁ ୭ହଜାର ଭିଭିଆଇପି ନିମନ୍ତ୍ରିତ

mahabharatanews

ଛତିଶଗଡରେ ନିର୍ବାଚନୀ ହିଂସା 

mahabharatanews