ଭାରତରାଜନୀତି

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି

ଜଦଗୀପ ଧନଖଡ ନିର୍ବାଚିତ ହେବା ନେଇ କଳ୍ପନା ଜଳ୍ପନା

ନୂଆଦିଲ୍ଲୀ: ଶନିବାର ଦେଶର ଉପରାଷ୍ଟ୍ରପତି ପଦବୀ ଲାଗି ସଂସଦରେ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏନଡିଏର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟମାନେ ଭୋଟ ଗ୍ରହଣ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବେ। ସଂସଦର ଉଭୟ ଗୃହରେ ମୋଟ ୭୮୮ ଇଲେକ୍ଟରାଲ ସଦସ୍ୟ ରହିଛନ୍ତି। ଲୋକସଭାରେ ମୋଟ ୫୪୩ ଜଣ ନିର୍ବାଚିତ ଓ ୨ ଜଣ ସଦସ୍ୟ ରହିଛନ୍ତି। ରାଜ୍ୟସଭାରେ ୨୩୩ ଜଣ ନିର୍ବାଚିତ ଓ ୧୨ ଜଣ ମନୋନୀତ ସଦସ୍ୟ ରହିଛନ୍ତି। ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ, ଟିଆରଏସ ସିପିଆଇ ସିପିଏମ ଆରଜେଡି, ଡିଏମକେ, ଏଆଇଡିଏମକେ, ଜେଏମଏମ, ଆରଏଲଡି ପ୍ରମୁଖ ଦଳ ସମର୍ଥନ କରୁଛନ୍ତି।

Related posts

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews

ଅଗ୍ନିବୀର ପାଇବେ ୧୦ ପ୍ରତିଶତ ସଂରକ୍ଷଣ

mahabharatanews

ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି

mahabharatanews