ଓଡିଶା

ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାକୁ ସର୍ତକ ଘଣ୍ଟି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃୂର୍ଣ୍ଣିବଳୟ ସକ୍ରିୟ ହୋଇ କ୍ରମଶ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଉପକୂଳ ଆନ୍ଦ୍ରପ୍ରଦେଶ ଓ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ସେପଟେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୃୂର୍ଣ୍ଣିବଳୟ ଦାନା ବାନ୍ଧୁଥିବା ଭାରତୀୟ ପାଣିପାଗ ବିଭାଗ ତରଫରୁ ସଚୂନା ଦିଆଯାଇଛି । ଓଡିଶାରେ ମୋ÷÷ସୁମୀ ସକ୍ରିୟ ରହିଥିବାରୁ ଗତ କିଛି ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଯାହା ଫଳରେ ର୍ଦୁଗା ପୂଜା ସଂପୂର୍ଣ୍ଣ ଭାବେ ଫିକା ପଡିଯାଇଛି । ଗତ ୨୪ ଘଣ୍ଟା ଧରି ଉପକୂଳ ଓଡିଶାର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବି ଏହି ସ୍ଥାନରେ ବର୍ଷା ଜାରି ରହିବ । ପୁରୀ,ଖୋର୍ଦ୍ଦା,ନୟାଗଡ,ଗଂଜାମ,ଗଜପତି,ରାୟଗଡା,କଟକ,ଅନୁଗୁଳ, କୋରାପୁଟ ଓ ମାଲକାନାଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଏହି ସବୁ ଜିଲ୍ଲାକୁ ଆଂଚଳିକ ପାଣିପାଗ ବିଭାଗ ତରଫରୁ ସର୍ତକ ବାଣୀ ଦିଆଯାଇଛି ।

Related posts

ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଯବାନଙ୍କ ମରଶରୀର

mahabharatanews

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ

mahabharatanews

ଆସିଥିବା ପଶ୍ଚିମବଙ୍ଗରୁ ୧୨୮ ଜଣବ୍ୟକ୍ତିଙ୍କ ମଧ୍ୟରୁ ୭୪ ଜଣଙ୍କ ସ୍ୱାବ ଟେଷ୍ଟ କୌଣସି କରୋନା ପଜେଟିଭ ଆସିନାହିଁ 

mahabharatanews