ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ଲକ୍ଷ୍ୟରେ ବିଭିନ୍ନ ରାଜ୍ୟ ସହ ଆଲୋଚନ କରି କେନ୍ଦ୍ର ସରକାର ଟ୍ରେନ ଚଳାଚଳ ଆରମ୍ଭ କରିଛି । କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେହି ସବୁ ଟ୍ରେନକୁ ନିଜ ରାଜ୍ୟକୁ ପ୍ରବେଶ ଅନୁମତି ଦେଇ ନ ଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖିଛନ୍ତି।
ଅମିତ ଶାହା ପତ୍ରରେ ଉଲ୍ଲେଖ କରିଛନ୍ତି, କେନ୍ଦ୍ର ସରକାର ୨ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାର ବନ୍ଦୋବସ୍ତ କରିଛନ୍ତି। ପଶ୍ଚିମବଙ୍ଗର ଶ୍ରମଜୀବୀମାନେ ମଧ୍ୟ ଫେରିଯିବାକୁ ବ୍ୟଗ୍ର ହେଉଛନ୍ତି। କିନ୍ତୁ, ପ୍ରବାସୀ ଶ୍ରମିକଙ୍କୁ ନେଉଥିବା ଟ୍ରେନ୍ଗୁଡ଼ିକ ପଶ୍ଚମବଙ୍ଗ ସରକାର ରାଜ୍ୟ ମଧ୍ୟକୁ ଛାଡାଯାଉ ନାହିଁ। ଏହା ପଶ୍ଚିମବଙ୍ଗ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅନ୍ୟାୟ। ଏଥିଯୋଗୁଁ ସେମାନଙ୍କ କଷ୍ଟ ଆହୁରି ବଢ଼ିଯିବ।
କରୋନାଭାଇରସ୍ କୋଭିଡ୍-୧୯ ନିୟନ୍ତ୍ରଣ କରିବା ବିଷୟରେ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ମଧ୍ୟରେ ଚାଲିଥିବା ବିବାଦକୁ ପ୍ରବାସୀ ଶ୍ରମଜୀବୀଙ୍କ ସମସ୍ୟା ଆହୁରି ଜଟିଳ କରାଇ ଦେବ ବୋଲି କୁହାଯାଉଛି। ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ରିପୋର୍ଟିଙ୍ଗ୍ର ଆଧାର ସଂକ୍ରାନ୍ତରେ କେନ୍ଦ୍ର ଓ ରାଜ୍ୟ ପରସ୍ପର ବିରୋଧରେ ଦୋଷାରୋପ କରୁଛନ୍ତି। ପଶ୍ଚିମବଙ୍ଗ କହୁଛି ଯେ କେନ୍ଦ୍ର ସରକାର ଲୋକମାନଙ୍କର ସ୍ବାସ୍ଥ୍ୟ ସଂକଟକୁ ରାଜନୀତିକରଣ କରୁଛି।
previous post
