ନୀଳଗିରି: ନୀଳଗରି ଅଞ୍ଚଳର କୂଳଡିହା ଅଭୟାରଣ୍ୟରୁ ଗିରଫ ହୋଇଛନ୍ତି ୫ ଜଣ ଶିକାରୀ । ବନବିଭାଗର ଅତର୍କିତ ଚଢାଉରେ ବ୍ୟାପକ ଗୋଳାବାରୁଦ ସହିତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । କିଛି ଶିକାରୀ ମଧ୍ୟାହ୍ନରେ କୂଳଡିହା ଅଭୟାରଣ୍ୟରେ ପ୍ରବେଶ କରିଥବିବା ଖବର ପାଇଥିଲା ବନବିଭାଗ । ଏହାପରେ କୂଳଡିହା ରେଞ୍ଜର ମନ୍ଥର ଖାଁଙ୍କ ନିର୍ଦ୍ଦେଶରେ ଆରମ୍ଭ କରିଥିଲା ପେଟୋଲିଂ । ଏହି ସମୟରେ ମଡ଼ିଚୁଆ ଡ୍ୟାମ ନିକଟରୁ ବନବିଭାଗକୁ ମିଳିଥିଲା ଧନୁତୀର, ବନ୍ଧୁକ, ରଡ ଏବଂ କିଛି ବିସ୍ଫୋରକ ସାମଗ୍ରୀ । ଏଥି ସହ ଘଟଣା ସ୍ଥଳରୁ ମଡ଼ିଚୁଆ ଗ୍ରାମର ରାମଏ ହୋ ଓ ମୟୁରଭଞ୍ଜ ଜିଲ୍ଲା ରାଇପାଳ ନିକଟ ଦରିପାଳ ଗ୍ରାମର ଶୁକୁରା ତିଉ ଦୁଇ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଏନେଇ ୧୩ ନମ୍ବର ମାମଲା ରୁଜୁ ହୋଇଛି ।
ସେହିପରି ପୁରୁଣାପାଣି ବିଟର କାର୍ୟ୍ୟରତ ଫରେଷ୍ଟଗାର୍ଡ ଆୟୁଷ୍ମାମ ପଣ୍ଡା ବନକର୍ମଚାରୀଙ୍କ ସହ ପେଟ୍ରୋଲିଂ କରୁଥିବା ସମୟରେ ଜାନକୀପାଳ ଗ୍ରାମର ବିପିନା ବିଶ୍ୱାଳ, ଗରେନ୍ଦ୍ର ଦେହୁରୀ ଓ ସେହିଗ୍ରାମର ପ୍ରହଲ୍ଲାଦ ଜେନା ତିନି ଶିକାରୀଙ୍କୁ ଚାନ୍ଦିଚୁଆ ନିକଟରୁ ଗିରଫ କରିବା ସହ ସେମାନଙ୍କ ଠାରୁ ଧନୁତୀର ଜବତ କରିଛନ୍ତି । ଏନେଇ ୧୪ ନମ୍ବର ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ବନ୍ଧୁକ ରଡ଼ ଜବତ ହୋଇଥିବାରୁ ବନ୍ଧୁକ ଧାରୀ ଶିକାରୀ ଖସି ଯାଇଥିବାର ଅନୁମାନ କରାଯାଉଛି । ତେବେ ଜୀବ ଜନ୍ତୁ ସୁରକ୍ଷା ନେଇ ପେଟ୍ରୋଲିଂ କଡାକଡି କରିଦିଆଯାଇଥିବା ରେଞ୍ଜର ଶ୍ରୀ ଖାଁ ପ୍ରକାଶ କରିଛନ୍ତି । ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
previous post
next post