ଓଡିଶାପାଣିପାଗ

ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଏହି ସମୟରେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଏହି ବର୍ଷା ସମ୍ଭାବନା ୧୧ଟି ଜିଲ୍ଲାରେ ଅଧିକ ପରିମାଣରେ ହେବ ବୋଲି ଅନୁମାନ କରାଯାଉଛି । ତେଣୁ ଏହି ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ବରଗଡ଼, କେଉଁଝର, ସୁନ୍ଦରଗଡ଼, ସୋନପୁର ସହିତ ଦେଓଗଡ଼, ଝାରସୁଗୁଡ଼ା ଏବଂ ମୟୁରଭଞ୍ଜ ଇତ୍ୟାଦି ଜିଲ୍ଳାକୁ ବର୍ଷା ଏବଂ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Related posts

ଘନ କୁହୁଡି ପାଇଁ ମଝି ଚିଲିକାରେ ଫସିଲା ଡଙ୍ଗା

mahabharatanews

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା; ୪୦ଟି ସ୍ଥାନ ରେଡ୍‌ ଜୋନ 

mahabharatanews

ପ୍ରକାଶ ପାଇଲା ଯୁକ୍ତ ଦୁଇ ମେଧା ତାଲିକା

mahabharatanews