ଓଡିଶା

ସୃଷ୍ଟି ହେଉଛି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

(ଭୁବନେଶ୍ୱର) :  ଆଗାମୀ ୭୨ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ୧୨ ତାରିଖରେ ହେବାକୁ ଥିବା ଲଘୁଚାପ ବଳୟ ଯୋଗୁଁ ବର୍ଷା ବଢିବ । ୧୩ରେ ଏହା ଲଘୁଚାପରେ ପରିଣତ ହେବ । ୧୩ ଓ ୧୪ ଦୁଇଦିନ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା ହେବ । ତେଣୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ , ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

Related posts

ବୈତରଣୀ ନଦୀରେ ବନ୍ୟା ହେବା ଯୋଗୁ ଏବେ ଚିନ୍ତାରେ ଚାଷୀ 

mahabharatanews

ବାହାନଗାରେ ଟ୍ରେନ ଦୁର୍ଘଟଣା; ନିଲାମ ହେବ ବଗି ଓ ଇଞ୍ଜିନ୍

mahabharatanews

ଦଶପଲ୍ଲାରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ଓ “ସମର ସତ୍ତା ଦିବସ” ପାଳିତ

mahabharatanews