ଓଡିଶା

ରାଜ୍ୟରେ ବଢୁଛି ଶୀତ : ୧୫ଡିଗ୍ରୀ ତଳେ ୫ ସହର 

(ଭୁବନେଶ୍ୱର) :  ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ଶୀତ । କ୍ରମଶଃ ଖସୁଛି ପାରଦ । କିଛି ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରି ଶୀତ ବଢିବାର ସମ୍ଭାବନା ରହିଛି । ଏଥି ମଧ୍ୟରେ ରାଜ୍ୟର ୫ ଟି ସହରରେ ରାତି ତାପମାତ୍ରା ୧୫ଡିଗ୍ରୀ ତଳକୁ ଖସି ଆସିଛି ।

ସୂଚନାନୁଯାୟୀ , ଶୁକ୍ରବାର ରାତିରେ ୫ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି । ଜି. ଉଦୟଗିରି ସବୁଠାରୁ ଥଣ୍ଜା ସହର ପାଲିଟିଛି । ସେଠାରେ ତାପମାତ୍ରା ୧୩ଡ଼ିଗ୍ରୀକୁ ଖସିଛି । ସେହିପରି କୋରାପୁଟରେ ୧୩.୮ ଡିଗ୍ରୀ, କିରେଇରେ ୧୪ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ, ଫୁଲବାଣୀରେ ୧୫ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ନଭେମ୍ବର 1 ଓ 2 ତାରିଖରେ ରାଜ୍ୟରେ ବର୍ଷା ରହିବ । ବଙ୍ଗୋପସାଗରର ପୂର୍ବ ଭାଗରୁ ପବନ ବହିବ । ଫଳରେ ଜଳୀୟବାଷ୍ପ ରହିବ । ଏହା ହାଲୁକା ବର୍ଷା କରାଇବ । ଉତ୍ତର ଓ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ।

Related posts

ପୁଲିସ ସୁରକ୍ଷା ମଧ୍ୟରେ ହଜିଗଲା ମାସ୍କ, ସାମାଜିକ ଦୂରତ୍ୱ

mahabharatanews

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

mahabharatanews

କଣ୍ଟେନମେଣ୍ଟ ଜୋନରେ ହାଉସିଂବୋର୍ଡ କନୋଲୀ

mahabharatanews