ଶିକ୍ଷା

ହ୍ୱାଟ୍ସଆପ୍ ମାଧ୍ୟମରେ ହେବ ସ୍କୁଲ ଆଡ଼ମିସନ

(ମମତା ସାମଲ ): କରୋନା ଯୋଗୁଁ ଦେଶରେ ୧୯୮୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ହଜାରରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କରୋନା କେବଳ ଯେ ମଣିଷ ଜୀବନକୁ ପ୍ରଭାବିତ କରୁଛି ତାନୁହେଁ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଛି । ଶିକ୍ଷା କ୍ଷେତ୍ରରେ କରୋନା ଯୋଗୁଁ ସମସ୍ତ ସ୍କୁଲ, କଲେଜ ବନ୍ଦ ହୋଇ ପଡିଛି । ଏନେଇ ପିଲାଙ୍କ ଆଡ଼ମିସନ ପ୍ରକ୍ରିୟା ସ୍ଥଗିତ ହୋଇରହିଛି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ ସରକାର ସ୍କୁଲ ଛାତ୍ରଙ୍କ ପାଇଁ ଏକ ନୂଆ ରାସ୍ତା ଆପଣେଇଛନ୍ତି । ୟୁପି ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ମାଧ୍ୟମରେ ସ୍କୁଲର ଆଡ଼ମିସନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ, ଯେକୌଣସି ସ୍କୁଲ ସାଧାରଣ ହ୍ୱାଟ୍ସଆପ ମାଧ୍ୟମରେ ନାମ ଲେଖାଇପାରିବେ ।

Related posts

ଜଳବାୟୁ ପରିବର୍ତ୍ତନ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି

mahabharatanews

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ ପକ୍ଷରୁ ଜେଇଇ ମେନ ପରୀକ୍ଷା ରେଜଲ୍ଟ ଜାରି

mahabharatanews

ଆସନ୍ତା ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

mahabharatanews