ଓଡିଶା

କୁଆଡେ ଗଲା ଟ୍ରାଫିକର ଜାଗ୍ରତ ପ୍ରହରୀ ଡ୍ରୋନ?

ଭୁବନେଶ୍ୱର/ସରୋଜ ରାଉତ: ଟ୍ରାଫିକର ଜାଗ୍ରତ ପ୍ରହରୀ କୁଆଡେ ଗଲା?  ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପୁଲିସ କମିଶନର ଘୋଷଣା କରିଥିବା ଡ୍ରୋନ ସବୁ କୁଆଡେ ଗଲା? ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ଆଖି ଆଗରେ ରଖି ଟୁଇନ ସିଟିରେ ଟ୍ରାଫିକ ଡିସିପି ଭାବେ ସାଗରିକା ନାଥଙ୍କୁ ୨୦୧୯ରେ ନିଯୁକ୍ତ କରାଯାଇଥିଲା । ସେ ପଦରେ ଯୋଗ ଦେବାର କେଇ ଦିନ ନପୁରୁଣୁ ଆରମ୍ଭ ହୋଇଥିଲା ନୂତନ ଟ୍ରାଫିକ ନିୟମ । ଡ୍ରୋନ ଦ୍ୱାରା ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖିବାକୁ ନିଆଯାଇଥିଲା ପଦକ୍ଷେପ । ଡ୍ରୋନ ମାଧ୍ୟମରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ପଦକ୍ଷେପ ନେବାକୁ ହୋଇଥିଲା ବ୍ଲୁ ପ୍ରିଣ୍ଟ ।

ଲେନ ଡ୍ରାଇଭିଂ ଉଲ୍ଲଙ୍ଘନ,ଓଭରଟେକ, ସ୍ପିଡ ଡ୍ରାଇଭିଂ, ରଙ୍ଗ ସାଇଡ ଏଣ୍ଟ୍ରି ଆଦିକୁ ଡ୍ରୋନ ଜରିଆରେ ମନିଟର କରି ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡା ପଦକ୍ଷେପ ନେବା ସହ ସେମାନଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିବାକୁ ଘୋଷଣା କଲେ ପୁଲିସ କମିଶନର । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେଲା । ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା । ଟ୍ରାଫିକ ସମସ୍ୟା ଦୂର ହେବା ସହ ଦୁର୍ଘଟଣା କମ ହେବା ନେଇ ରାଜଧାନୀବାସୀ ଆଶାବାଦୀ ହେଲେ । କିନ୍ତୁ ଘୋଷଣାର ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ନାଁ ଟ୍ରାଫିକରେ ଡ୍ରୋନ ଉଡୁଛି ନାହିଁ ଉପରୋକ୍ତ ସବୁ ସମସ୍ୟାରୁ ମୁକ୍ତି ମିଳୁଛି ।

ଗତବର୍ଷ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଜଣେ ଶିଶୁକୁ ଆମ୍ବୁଲାନ୍ସ ବଡ ମେଡିକାଲ ନେଇ ଯାଉଥିବା ବେଳେ ଚନ୍ଦ୍ରଶେଖର ପୁର ଅଞ୍ଚଳରେ ଆସୁଥିବା ବ୍ୟସ୍ତ ବହୁଳ ଟ୍ରାଫିକରେ ଫସି ରହିଥିଲା ଓ ଶିଶୁଟିର ପ୍ରାଣହାନୀ ଘଟିଥିଲା । ସେହିପରି ଗୋଟିଏ ମଧ୍ୟ ରାତ୍ରୀରେ ନାଲକୋ ଛକ ନିକଟରେ ଦୁଇ କାର ମଧ୍ୟରେ ଜୋରଦାର ଧକ୍କା ହେବା ଫଳରେ ଗୋଟିଏ ପରିବାରର ଏକାଧିକ ଲୋକଙ୍କ ଜୀବନ ଯାଇଥିଲା । ଲାଗ ଲାଗ ଦୁଇଟି ଘଟଣା ଘଟିଯିବାରୁ ପୁଲିସ ପ୍ରଶାସନ ଉପରକୁ ଉଠିଥିଲା ଅଙ୍ଗୁଳି । ପୁଲିସକୁ ନାନା ସମାଲୋଚନାର ଶିକାର ହେବାକୁ ହୋଇଥିଲା । ଏହା ପରେ ପୁଲିସ କମିଶନର ତଥା ସେତେବେଳର ଟ୍ରାଫିକ ଡିସିପି ଉପରୋକ୍ତ ଟ୍ରାଫିକ ବ୍ୟବସ୍ଥାକୁ ନେଇ ନିଷ୍ପତ୍ତି ନେଲେ । କିଛି ଦିନ ମଧ୍ୟ ବିଭିନ୍ନ ସ୍ଥାନରେ ଡ୍ରୋନ କ୍ୟାମେରା ବୁଲିଲା । ଏହାକୁ ନେଇ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ମଧ୍ୟରେ ଭୟ ସଂଚାର ହୋଇଥିଲା ଓ ଲୋକେ ଟ୍ରାଫିକ ନିୟମ ପ୍ରତି ମଧ୍ୟ ବାଧ୍ୟ ବାଧ୍ୟକତାରେ ସତର୍କତା ଅବଲମ୍ବନ କଲେ ।

କିନ୍ତୁ ଏହାରି ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସି ନାହିଁ । ଡିପିସିଙ୍କ ମଧ୍ୟ ଅନ୍ୟତ୍ର ବଦଳି ହୋଇ ଯାଇଛି । ନା ଉଡୁଛି ଡ୍ରୋନ, ନା ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ନିଆଯାଉଛି ପଦକ୍ଷେପ । ତେଣୁ ସ୍ପିଡ ଡ୍ରାଇଭକୁ ନେଇ ସାଧାରଣ ଗାଡିଚାଳକ ଆତଙ୍କିତ, ଆମ୍ବୁଲାନ୍ସ ପାଇଁ କୌଣସି ସ୍ୱତନ୍ତ୍ର ଲେନ ହୋଇନାହିଁ । ଟ୍ରାଫିକ ଲାଇଟକୁ ନ ମାନି ବେଫିକର ଡ୍ରାଇଭର ଗାଡି ଚଳାଇ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସାଜୁଛନ୍ତି । କିନ୍ତୁ ପୁଲିସ ପ୍ରଶାସନ ଚୁପ ବସିଛି । ଏବେ ଲୋକେ ଆକାଶରେ ଖୋଜୁଛନ୍ତି ଡ୍ରୋନକୁ ଯାହା ଏହି ବିପର୍ଯ୍ୟସ୍ତ ଟ୍ରାଫିକରେ ସୁଧାର ଆଣିବ ।

Related posts

ସାପ କାମୁଡ଼ାରେ ଜଣେ ମୃତ୍ୟୁ

mahabharatanews

ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରକ ଚାଳକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

mahabharatanews

ବିପୁଳ ଦେଶୀ ମଦ ସହ ୪ ଗିରଫ

mahabharatanews