Accidentଓଡିଶା

ସ୍ୱାମୀ ସ୍ତ୍ରୀ ମେଡିକାଲରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର୍; ଜଣେ ମୃତ

ବଲାଙ୍ଗିର: ସ୍ୱାମୀ ସ୍ତ୍ରୀ ମେଡିକାଲରୁ ଫେରୁଥିବା ବେଳେ ଘଟିଲା ଅଘଟଣ । ହଠାତ୍ ରାସ୍ତାରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା ଚଳନ୍ତା କାର୍। ସୌଭାଗ୍ୟବଃଶତ କାର୍‌ ଡ୍ରାଇଭ କରୁଥିବା ସ୍ୱାମୀଙ୍କ ଜୀବନ ବଞ୍ଚିଗଲା। କିନ୍ତୁ ପାଣି ଭିତରେ ବୁଡ଼ି ଯାଇଥିବା କାର୍ ଭିତରେ ରହି ଜଳସମାଧି ନେଇଗଲା ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଜାମସର ଗାଁ ନିକଟରେ। ମୃତ ମହିଳା ଜଣଙ୍କ ହେଲେ ପିଙ୍କି ସାହୁ।ସୂଚନାନୁସାରେ, ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗାଁର ମୁନା ସାହୁ ବଲାଙ୍ଗିର ମେଡିକାଲରୁ ସ୍ତ୍ରୀର ଚେକ୍‌ଅପ୍ କରି କାର୍‌ ଯୋଗେ ଘରକୁ ଫେରୁଥିଲେ।

ଜାମସର ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା। ମୁନା କାର୍‌ ବାହାରକୁ ବାହାରି ଆସି ରାସ୍ତା କଡ଼କୁ ଚାଲି ଆସିଥିଲେ। କିନ୍ତୁ ସ୍ତ୍ରୀ ପିଙ୍କି ବାହାରକୁ ବାହାରି ପାରି ନ ଥିଲେ। ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବାର ଘଣ୍ଟାଏ ପରେ ମୁନାଙ୍କ ସ୍ତ୍ରୀ ପିଙ୍କିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ପିଙ୍କିଙ୍କୁ ମୃତ ଘୋଷଣା କରିଥିଲେ।

 

Related posts

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା : ଅର୍ଚ୍ଚନାଙ୍କ ଉପରେ ୧୬ଟି ସଙ୍ଗୀନ ଦଫା ଲଗାଇଛି ପୋଲିସ

mahabharatanews

ମନରେଗାରେ ୨୦୦ଦିନର କର୍ମନିଯୁକ୍ତି ଦାବି କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର

mahabharatanews

ମହିଳା ମହାବିଦ୍ୟାଳୟରେ ସ୍ବଛ ଭାରତ କାର୍ଯ୍ୟକ୍ରମ

mahabharatanews