Uncategorized

ବହୁତ ଦୂର ବାଟ ଯିବାକୁ ଅଛି: ଘେବ୍ରେଏସସ୍

ଜେନେଭା: ଯେଉଁ ଦେଶ ଭାବୁଥିଲେ ସେମାନେ ନୋଭାଲ କରୋନା ଭାଇରସ୍କୁ ନିୟନ୍ତ୍ରିତ କରିଛନ୍ତି, ସେମାନଙ୍କ ସ୍ଥିତି ସଂଗୀନ ରହିଛି । ଏପରି ବୟାନ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଘେବ୍ରେଏସସ୍ । ଏହି ଭୂତାଣୁ ଏତେ ସହଜରେ ପିଛା ଛାଡିବ ନାହିଁ । ଦୀର୍ଘ ଦିନ ଧରି ଆମକୁ କବଳିତ ରଖିବ ବୋଲି ଡବ୍ଲୁଏଚଓ ଚେତାବନୀ ଦେଇଛି । ଘେବ୍ରେଏସସ୍ କହିଛନ୍ତି, ଅଧିକାଂଶ ଦେଶ ମହାମାରୀର ମୁକାବିଲା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି । ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଜାନୁଆରୀ ୩୦ରେ ଦେଶଗୁଡିକୁ ଏହାର ମୁକାବିଲା ପାଇଁଁ ଯୋଜନା କରିବା ନିମନ୍ତେ ଏକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ।

ଜେନେଭାରେ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ୍ କହିଛନ୍ତି ଯେ ପଶ୍ଚିମ ୟୁରୋପରେ ଅଧିକାଂଶ ଦେଶରେ ମହାମାରୀ ସ୍ଥିର କିମ୍ବା ହ୍ରାସ ପାଉଛି । ଯଦିଓ ସଂଖ୍ୟା କମ୍, ଆମେ ଆଫ୍ରିକା, ମଧ୍ୟ ଏବଂ ଦକ୍ଷିଣ ଆମେରିକା ଏବଂ ପୂର୍ବ ୟୁରୋପରେ କରୋନାର ଭୟାବହତାକୁ ଦେଖୁଛୁ । ଅଧିକାଂଶ ଦେଶ ଏପର୍ଯ୍ୟନ୍ତ ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି । ମହାମାରୀର ପ୍ରାରମ୍ଭରେ ପ୍ରଭାବିତ ହୋଇଥିବା କେତେକ ଲୋକ ବର୍ତ୍ତମାନ ପୁନର୍ବାର ଆକ୍ରାନ୍ତ ହେବା ଆରମ୍ଭ କରିଛନ୍ତି । ତେଣୁ ଭୁଲ କରନ୍ତୁ ନାହିଁ: ଆମକୁ ବହୁତ ଦୂର ବାଟ ଯିବାକୁ ଅଛି । ଏହି ଭୂତାଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ ସହିତ ରହିବ ବୋଲି ସେ କହିଛନ୍ତି ।

Related posts

ଜର୍ମାନରୁ ଉଠିବ ଲକଡାଉନ: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜନସମାବେଶ ଉପରେ ପ୍ରତିବନ୍ଧକ

mahabharatanews

ଆଇସୋଲେସନରେ ରାଷ୍ଟ୍ରପତି

mahabharatanews

ତାମିଲ ନ୍ୟୁଜ ଚ୍ୟାନେଲର ୨୫ କରୋନା ଆକ୍ରାନ୍ତ

mahabharatanews