ଭାରତ

ଆଜି ରାଷ୍ଟ୍ରୀୟ ନବବର୍ଷ

(ଭୁବନେଶ୍ୱର) : ନୂଆ ସକାଳର ସୂର୍ଯୋଦୟ ସହ ଆରମ୍ଭ ହୋଇଛି ନୂତନ ବର୍ଷ । ଯାହାକୁ ହିନ୍ଦୁମାନଙ୍କର ରାଷ୍ଟ୍ରୀୟ ନବବର୍ଷ ଭାବେ ପାଳନ କରାଯାଏ । ଚୈତ୍ରଶୁକ୍ଳ ପ୍ରତିପଦାରୁ ଆରମ୍ଭ ହୁଏ ଏହି ନବବର୍ଷ । ଯାହା ସର୍ବାଧିକ ପ୍ରାଚୀନ ଓ ବୈଜ୍ଞାନିକଙ୍କ କାଳଗଣନା ଅନୁସାରେ ବାସ୍ତିବକ ଓ ବେଦ ସମ୍ମତ ମଧ୍ୟ ।

ସୂଚନାନୁଯାୟୀ, ଭାରତୀୟ ଶାସ୍ତ୍ର ଅନୁସାରେ ଭଗବାନ ବ୍ରହ୍ମା ଯେଉଁ ଦିନ ସୃଷ୍ଟିର ସର୍ଜନା କରିଥିଲେ ସେବେଠାରୁ କାଳର ଗଣନା ଆରମ୍ଭ ହୋଇଥିଲା । ଆଉ ଆଜି ସେହି ପବିତ୍ର ଦିନ । ସୃଷ୍ଟି ଆରମ୍ଭର ପ୍ରଥମ ଦିନ ଥିଲା ଚୈତ୍ର ଶୁକ୍ଳ ପ୍ରତିପଦା। ଭାରତୀୟ ପରମ୍ପରାରେ ପ୍ରତିବର୍ଷ ଏହି ତିଥିକୁ ନୂଆ ବର୍ଷ ଭାବରେ ପାଳନ କରାଯାଇ ଆସୁଛି । ନିର୍ବାଚନ ତାରିଖ ଏହି ଦିନରୁ ଚୈତ୍ର ନବରାତ୍ରିର ଶୁଭାରମ୍ଭ ହୋଇଥାଏ । ଘରେ ଘରେ ମାତୃ ଶକ୍ତିର ଉପାସନା ଆରମ୍ଭ ହୁଏ। ଖାଲି ସେତିକି ନୁହେଁ ଏହି ଦିନ ସହିତ ଇତିହାସ ଓ ପୁରାଣର ବହୁ ଗୁରୁତ୍ବପୂର୍ଣ୍ଣ ଘଟଣା ଯୋଡ଼ି ହୋଇରହିଛି । ଏହି ଚୈତ୍ର ଶୁକ୍ଳ ପ୍ରତିପଦାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ହୋଇଥିଲା ।

Related posts

INS ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ ଘଟଣା, ରାଜନାଥଙ୍କୁ ଭେଟିଲେ ନୌସେନା ମୁଖ୍ୟ

mahabharatanews

ପ୍ରସିଦ୍ଧ ତିରୁପତି ମନ୍ଦିରକୁ ୫ କୋଟି ଦାନ

mahabharatanews

ସୋଆ ପ୍ରଫେସରଙ୍କୁ ଭିଡିଗୁଡ ଇଣ୍ଟରନ୍ୟାସନାଲ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ

mahabharatanews