୨୦୨୦ ଲକଡାଉନରେ ସର୍ବାଧିକ ବିକ୍ରି ହୋଇଥିଲା
ନୂଆଦିଲ୍ଲୀ: ପାର୍ଲେ-ଜି ବିସ୍କୁଟ ହେଉଛି କୋଟି କୋଟି ଭାରତୀୟଙ୍କ ପ୍ରିୟ ବିସ୍କୁଟ। ଏହାର ୫ ଟଙ୍କିଆ ପ୍ୟାକେଟ ସର୍ବାଧିକ ବିକ୍ରି ହୋଇଥାଏ। କରୋନା ମହାମାରୀ ଅର୍ଥାତ ୨୦୨୦ ଲକଡାଉନ ସମୟରେ ଜବରଦସ୍ତ ବିକ୍ରି ହୋଇଥିଲା। ବିକ୍ରି ଏତେ ବଢିଯାଇଥିଲା କମ୍ପାନୀର ୮୨ ବର୍ଷର ଇତିହାସକୁ ବଦଳାଇ ଦେଇଥିଲା। ଅଳ୍ପ କିଛି ଦିନ ତଳେ ଦେଶର ବୃହତ୍ତମ ବିମାନ କମ୍ପାନୀ ଇଣ୍ଡିଗୋର ସହ ପ୍ରତିଷ୍ଠାତା ତଥା ଏମଡି ରାହୁଲ ଭାଟିଆଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଭାଟିଆ ବିମାନରେ ବସି ପାର୍ଲେ-ଜି ବିସ୍କୁଟ ବସି ଖାଉଥିଲେ। ଭାରତରେ ପାର୍ଲେ-ଜି ବିସ୍କୁଟର ଭଲ ଚାହିଦା ରହିଛି। ଭଲ ଖବର ହେଉଛି ଏହା ଶସ୍ତା ହେବାକୁ ଯାଉଛି। କାରଣ ନିକଟରେ କୃଷିଜାତ ଦ୍ରବ୍ୟର ଦର ହ୍ରାସ ପାଉଛି। ଏନେଇ କମ୍ପାନୀର ଅଧିକାରୀମାନେ ସୂଚନା ଦେଇଛନ୍ତି। ଯଦି ଏହି ପ୍ରବାହ ଜାରି ରହେ, ତେବେ ଆଗାମୀ ଦିନରେ ବିସ୍କୁଟର ଦର ଶସ୍ତା ହୋଇପାରେ। ପାର୍ଲେ-ଜି ବିସ୍କୁଟର ପ୍ରଡକ୍ସନ ମୁଖ୍ୟ ମାୟାନକ ଶାହା କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ବିସ୍କୁଟର ଦର ଅନେକ ଥର ବୃଦ୍ଧି ହୋଇଛି। କିନ୍ତୁ ନିକଟରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି। ଫଳରେ ବିସ୍କୁଟର ଦର ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଚଳିତ ବର୍ଷ କୃଷିଜାତ ଦ୍ରବ୍ୟର ମୂଲ୍ୟ ପ୍ରାରମ୍ଭରେ ବୃଦ୍ଧି ପାଇଥିଲା। କିନ୍ତୁ ବର୍ତ୍ତମାନ ସେଥିରେ ମୂଲ୍ୟ ହ୍ରାସ ପାଇଛି। ଏକାସାଙ୍ଗରେ ଖଜୁରୀ ତେଲର ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଥି ସହିତ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ପାର୍ଲେ-ଜି ବିସ୍କୁଟ କମ୍ପାନୀର ଇତିହାସକୁ ଦେଖିଲେ ଏହା ୧୯୨୯ ମସିହାରେ ଆରମ୍ଭ ହୋଇଥିଲା। ପ୍ରଥମେ ୧୨ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ଯହା ଦେଶର ସର୍ବାଧିକ ବିସ୍କୁଟ ଉତ୍ପାଦନ କମ୍ପାନୀ ଭାବେ ପରିଗଣିତ ହୋଇଛି।