ଓଡିଶାପାଣିପାଗ

ସାରା ରାଜ୍ୟରେ ପାରଦ ଖସିବା ସହ ବଢୁଛି ଶୀତ

ଭୁବନେଶ୍ବର:- ସାରା ରାଜ୍ୟରେ ପାରଦ ଖସିବା ସହ ବଢୁଛି ଶୀତ। ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ନଭେମ୍ବର ଆରମ୍ଭରୁ ଯେତିକି ଥଣ୍ଡା ପଡ଼ିବା କଥା ସେତିକି ଥଣ୍ଡା ଅନୁଭୂତ ହୋଇନଥିବା ବେଳେ ଆସନ୍ତା ଦୁଇ ଦିନ ଭିତରେ ୨ରୁ ୪ ଡିଗ୍ରୀ କମିବ ରାତିର ତାପମାତ୍ର । ଉପକୂଳରୁ ଉତ୍ତର ଓ ଦକ୍ଷିଣରୁ ପଶ୍ଚିମ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି।

A new study highlights the role of dust storms on North India's worsening  air pollution

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ା ୧୪.୫, ଅନୁଗୋଳ ୧୫, କେନ୍ଦୁଝର ୧୫.୨, ରାଉରକେଲା ୧୫.୫, ଢେଙ୍କାନାଳ ୧୫.୮, ଭୁବନେଶ୍ବର ୧୭, କଟକ ଓ ବାରିପଦାରେ ୧୭.୬, ସମ୍ବଲପୁର ୧୮, ହୀରାକୁଦ ଓ ସୁନ୍ଦରଗଡ଼ରେ ୧୮.୨, ଚାନ୍ଦବାଲି ୧୯, ଭବାନୀପାଟଣା ୧୯.୪, ବାଲେଶ୍ବର ୧୯.୫ ଏବଂ ବଲାଙ୍ଗିରରେ ୧୯.୭ ଡିଗ୍ରୀ ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଉଛି । ଆଗକୁ ଆହୁରି ଥଣ୍ଡା ବଢ଼ିବାର ସମ୍ଭାବନା ରହିଥିବା ଜଣାପଡ଼ିଛି ।

Delhi air quality falls to 'severe plus' category, index breaches 450  emergency mark

Related posts

ଝାରସୁଗୁଡା ବିକାଶ ପାଇଁ ବିଜେଡି ତାର ଉଦ୍ୟମ ଜୋରଦାର କରିବ

mahabharatanews

ଭେଣ୍ଡିଆ ପୁଅ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

mahabharatanews

ଦୁବାଇ ବିମାନବନ୍ଦରକୁ ୧୫ ଦିନ ପାଇଁ ଏୟାର ଇଣ୍ଡିଆ ବିମାନ ନିଲମ୍ବିତ

mahabharatanews