ଭାରତ

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ 

(ଦିଲ୍ଲୀ) : ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ  ।  ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୨୨ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ୧୫ଟି ବୈଠକ ହେବା ନେଇ ସୂଚନା ରହିଛି । ଗୋଟେ ପଟେ ନିର୍ବାଚନ ଫଳାଫଳକୁ ନେଇ ବିଜେପି ଉତ୍ସିହିତ ଥିବେ ବେଳେ ଆଜି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ ବିରୋଧୀ । ମଣିପୁରରେ ଯାଞ୍ଚ କମିଟିର ଦୁରୁପଯୋଗ ପ୍ରସଙ୍ଗ ଉଠାଇ ସରକାଙ୍କୁ ଟାର୍ଗେଟ୍ କରିବେ ବିରୋଧୀ ।

ସୂଚନାନୁଯାୟୀ , ଆଜି ପ୍ରଥମ ଦିନରେ ମହୁଆ ମୈତ୍ରା ମାମଲାରେ ଲୋକସଭା ଏଥିକ୍ସ କମିଟି ନିଜ ରିପୋର୍ଟ ଉପସ୍ଥାପିକ କରିବ । ମହୁଆ ମୈତ୍ରଙ୍କ ବିରୋଧରେ ‘ଟଙ୍କା ନେଇ ପ୍ରଶ୍ନ ପଚାରିବା’ ଅଭିଯୋଗ ଉପରେ ଶୀତ ଅଧିବେଶନର ପ୍ରଥମ ଦିନରେ ନୈତିକ କମିଟି ଲୋକସଭାରେ ଏହାର ରିପୋର୍ଟ ଉପସ୍ଥାପନ କରିବ। କମିଟି ମହୁଆଙ୍କୁ ବହିଷ୍କାର କରିବାକୁ ପରାମର୍ଶ ଦେଇଛି। ଯଦି ଗୃହ ଏହି ରିପୋର୍ଟକୁ ଗ୍ରହଣ କରେ ତେବେ ମହୁଆ ମୈତ୍ର ବହିଷ୍କାର କରାଯିବ । ଶୀତ ଅଧିବେଶନ ଡିସେମ୍ବର 4 ରୁ ଆରମ୍ଭ ହୋଇ ଡିସେମ୍ବର ୨୨ରେ ଶେଷ ହେବ ।

Related posts

ଦୁର୍ଘଟଣାଗ୍ରସ୍ତ ବସକୁ ପିଟିଲା କାର , ୫ ଜୀବନ୍ତ ଦଗ୍ଧ

mahabharatanews

ନୂଆ ଦଳ ଘୋଷଣା କଲେ ସ୍ୱାମୀ ପ୍ରସାଦ 

mahabharatanews

ଏନକାଉଣ୍ଟରରେ ଟଳିଲେ ୨୯ ମାଓବାଦୀ

mahabharatanews